୪ ଜିଲ୍ଲାରୁ କରୋନା ଗାଏବ, ତଥାପି ୩୦୦ ରୋଗୀ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୦୦କରୋନା ରୋଗୀ। କ୍ୱାରେଣ୍ଟିନ ସେଣ୍ଟରର ୧୭୪ ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୧୨୬। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ।
ଆଜି ୪ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବାବେଳେ ଅନୁଗୁଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରୁ ୪୪ ରୋଗୀ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୬, ସୁନ୍ଦରଗଡରୁ ୩୪, କଟକରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ସମସ୍ତ ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ୨୦ ତଳେ ରହିଛି।
ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୩,୨୪,୩୮୯ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୧୯,୪୫୮। ଆକ୍ଟିଭ କେସ ରହିଛି ୩୦୬।
Covid-19 Report For 14th December
New Positive Cases: 300
In quarantine: 174
Local contacts: 126(Details of local contacts will be shared by concerned District Administration)
District Wise Cases:
1. Angul: 44
2. Balasore: 14
3. Bargarh: 11
4. Bhadrak: 1
5. Balangir: 12— I & PR Department, Odisha (@IPR_Odisha) December 15, 2020