କରୋନା ତାଲିକାର ଉପରେ ସୁନ୍ଦରଗଡ, ଚିହ୍ନଟ ହେଲେ ୫୨ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୩୫ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୧୯୩ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୧୪୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

ଆଜିର ତଥ୍ୟକୁ ମିଶାଇ ରାଜ୍ୟରେଳ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୩୬୪ ହୋଇଥିବାବେଳେ ୩୨୩୧ ଆକ୍ଟିଭ କେସ ରହିଛି। ୩,୧୮,୨୭୮ ସୁସ୍ଥ ହୋଇ ଘରକୁ ଫେରିଲେଣି।

ଆଜି ସୁନ୍ଦରଗଡରୁ ସର୍ବାଧିକ ୫୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ରହିଛି। ଅନ୍ୟ ସମସ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ତଳେ ରହିଛି।

 

 

You might also like