ସାରା ବିଶ୍ୱରେ ୧ ଲକ୍ଷ ୪୫ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଆମେରିକାରେ ସ୍ଥିତି ଜଟିଳ

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସରେ ୨୧ ଲକ୍ଷ ୮୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଥିବାବେଳେ ସେଥିମଧ୍ୟରୁ ୧ ଲକ୍ଷ ୪୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି।

ସବୁଠାରୁ ଭଲ କଥା, ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୪୭ ହଜାରରୁ ଅଧିକ ସୁସ୍ଥ ହେଲେଣି। ହେଲେ ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ର କୁହାଯାଉଥିବା ଆମେରିକାରେ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଠାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । 

  • ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୩ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୭୭ ହଜାର ପାର କରିଛି।
  • କରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ ଗତ ୨ ଘଣ୍ଟାରେ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
  • ସ୍ପେନରେ ଲକ୍ଷ ୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ଥିବାବେଳେ ସେଥିମଧ୍ୟରୁ ୧୯, ୩୧୫ ଜଣଙ୍କ ମୃତ୍ୟୁ ଘଟିଛି।
  • ସେହିପରି ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷ ୬୮ ହଜାରରୁ ଅଧିକ  ଥିବାବେଳେ ସେଥିମଧ୍ୟରୁ ୨୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।
  • ଫ୍ରାନ୍ସ ଓ ବ୍ରିଟେନରେ ମଧ୍ୟ ସ୍ଥିତି ଜଟିଳ ରହିଛି। ଫ୍ରାନ୍ସରେ ୧୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ବ୍ରିଟେନରେ  ୧୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।
You might also like