ସାରା ବିଶ୍ୱରେ ୧ ଲକ୍ଷ ୨୭ ହଜାର ଟପିଲା କରୋନା ଆକ୍ରାନ୍ତରେ ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ସାଂଘାତିକ ସ୍ଥିତି। କରୋନା ସଂକ୍ରମଣ ଏବେ ବିଶ୍ୱର ୨୧୦ ଦେଶରେ ତାର କାୟା ବିସ୍ତାର କଲାଣି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକା। 

ଆମେରିକାରେ ମୃତ୍ୟୁ ସଂଖ୍ୟା ୨୬ ହଜାରରୁ ଅଧିକ ପହଞ୍ଚିଛି। ଆମେରିକାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୪ ହଜାର ଟପିଲାଣି। 

ସେହିପରି ସ୍ପେନ ଓ ଇଟାଲିରେ ଏବେ ସ୍ଥିତି ଜଟିଳ  ଆଡ଼କୁ ଗତି କରୁଛି। ଇଟାଲିରେ ମୃତ୍ୟୁ ସଂଖ୍ୟା ୨୦ ହଜାରକୁ ପାର କରିଥିବା ବେଳେ ସ୍ପେନ୍‌ରେ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି।

ଏବେ ବିଶ୍ୱ ଆକ୍ରାନ୍ତଙ୍କ ତାଲିକାରେ ସ୍ପେନ୍ ଦ୍ୱିତୀୟ ନମ୍ବରରେ ରହିଛି। ଏବେ ଯାଏ କେବଳ ସ୍ପେନ୍‌ରେ ଲକ୍ଷେ ୭୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଇଂଲଣ୍ଡରେ ୧ ହଜାରରୁ ଅଧିକ, ଫ୍ରାନ୍ସରେ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।

ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭ ହଜାର ପାର ହୋଇଥିବା ବେଳେ ୨୦ ଲକ୍ଷ ଟପିଲାଣି  ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଭଲ କଥା ହେଉଛି, ଏବେ ସୁଦ୍ଧା ୪ ଲକ୍ଷ ୯୧ ହଜାରରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି।

You might also like