ଦିନକରେ ଆମେରିକାରେ ୨ ହଜାରରୁ ଅଧିକ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସରେ ୧ ଲକ୍ଷ ୩୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏଯାଏ ୨୦ ଲକ୍ଷ  ୮୩ ହଜାରରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି।

ସବୁଠାରୁ ଭଲ କଥା, ସାରା ବିଶ୍ୱରେ କରୋନା  ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୧୦ ହଜାରରୁ ଅଧିକ ସୁସ୍ଥ ହେଲେଣି। ହେଲେ ଆମେରିକା, ଇଟାଲି, ବ୍ରିଟେନ ଓ ସ୍ପେନରେ ସ୍ଥିତି ଜଟିଳ ରହିଛି।

  • ଆମେରିକାରେ ସର୍ବାଧିକ ୨୮ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪୪ ହଜାର ପାର କରିଛି।
  • ଆମେରିକାରେ ଗତକାଲି ୨ ହଜାର ୩୯୫ଜଣଙ୍କ ମୃତ୍ଯୁ ହୋଇଛି। ସେହିପରି ଫ୍ରାନ୍ସରେ ଗତକାଲି ୧୪୩୮ ଜଣଙ୍କ ମୃତ୍ଯୁ ଘଟିବା ସହ ମୃତ୍ଯୁସଂଖ୍ୟା ୧୭ ହଜାର ପାର କରିଛି।
  • ବ୍ରିଟେନରେ ବି ସ୍ଥିତି ଜଟିଳ ରହିଛି। ଗତକାଲି ୭୬୧ ଜଣଙ୍କ ମୃତ୍ଯୁ ସହ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୮ଶହରୁ ଅଧିକ ଲୋକଙ୍କ ମୃତ୍ଯୁ ହେଲାଣି।
  • କରୋନା ଆକ୍ରାନ୍ତରେ ଗତକାଲି ଇଟାଲୀରେ ୫୭୮ ଜଣଙ୍କ ମୃତ୍ଯୁ ହୋଇ ଥିବାବେଳେ ସ୍ପେନରେ ୪୫୩ଜଣଙ୍କ ମୃତ୍ଯୁ ହୋଇଛି ।
You might also like