ଚିନ୍ତା ବଢାଇଲା କରୋନା ମୃତ୍ୟୁସଂଖ୍ୟା; ୨୪ ଘଣ୍ଟାରେ ଆଖି ବୁଜିଲେ ୪୨୦୦

ନୂଆଦିଲ୍ଲୀ-ଦେଶରେ କରୋନା ସଂକ୍ରମଣର ଦୈନିକ ହାର କିଛିମାତ୍ରାରେ କମିଛି ସତ ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ତେବେ ୨ଦିନ ପାଇଁ ବୁଧବାର ସଂକ୍ରମିତଙ୍କ ସଂଖ୍ୟାଠାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ୱାର୍ଲ୍ଡୋମିଟର ୱେବସାଇଟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୪୮ ହଜାର ୫୨୯ ମାମଲା ସାମ୍ନାକୁ ଆସିଛି । ତେବେ ଏହି ସମୟ ମଧ୍ୟରେ ୪୨୦୦ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ତେବେ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୩ ଲକ୍ଷ ୫୫ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି । ତେବେ ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ଚିନ୍ତାରେ ପଡ଼ିଛନ୍ତି ଡାକ୍ତର, ବିଶେଷଜ୍ଞ । ମଙ୍ଗଳବାର ଦେଶରେ ୩୮୭୬ ରୋଗୀ ଆଖି ବୁଜିଥିବାବେଳେ ଆଜି ୪ ହଜାର ଟପିଛି ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ମଙ୍ଗଳବାର କହିଥିଲେ, କୋଭିଡ ୧୯ ରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା କମିବା ଆରମ୍ଭ ହେଉଛି । ବିଶେଷକରି ମହାରାଷ୍ଟ୍ର, ୟୁପି, ଦିଲ୍ଲୀ, ରାଜସ୍ଥାନ, ଛତିଶଗଡ଼, ବିହାର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ପରି ୧୮ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ହାର ହ୍ରାସ ପାଉଛି । ତେବେ କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ପଞ୍ଜାବ, ଆସାମ, ଓଡ଼ିଶା, ହିମାଚଳ ପ୍ରଦେଶ, ମେଘାଳୟ ଏବଂ ତ୍ରିପୁରା ପରି ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡର ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି । ଗତ ଦୁଇ ସପ୍ତାହ ମଧ୍ୟରେ ମହରାଷ୍ଟ୍ରର ପୁଣେ, ନାଗପୁର, ପାଲଘର, ନାସିକ, ଉତ୍ତରପ୍ରଦେଶର ଲକ୍ଷ୍ନୌ, ବାରଣାସୀ ଏବଂ କାନପୁର ନଗର, ମଧ୍ୟପ୍ରଦେଶର ଭୋପାଳ ଏବଂ ଗ୍‌:ାଲିୟର, ଗୁଜରାଟର ସୁରତ, ବିହାରର ପାଟନା, ଝାରଖଣ୍ଡର ରାଞ୍ଚି, ଛତିଶଗଡ଼ ଦୁର୍ଗ ଏବଂ ରାଜସ୍ଥାନର କୋଟାରେ ଦୈନିକ ସଂକ୍ରମଣ ହ୍ରାସ ପାଇଛି ।

ତେବେ କର୍ଣ୍ଣାଟକର ବେଙ୍ଗାଲୁର, ମୌଶୁର, ତାମିଲନାଡୁ, ତାମିଲନାଡୁର ଚେନ୍ନାଇ, ଚେଙ୍ଗଲାପେଟ୍ଟୁ, ତିରୁବଲ୍ଲୁର, କେରଳର ଏର୍ଣ୍ଣାକୁଲାମ ଏବଂ ମଲପୁରମ୍ମ, ପଶ୍ଚିମବଙ୍ଗର ୨୪ ଉତ୍ତର ପ୍ରଗଣା ଏବଂ କୋଲକାତ୍ତା, ରାଜସ୍ଥାନର ଜୟପୁର, ଉତ୍ତରାଖଣ୍ଡର ଡେରାଡୁନ, ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଏବଂ ବିଶାଖାପଟ୍ଟନମ୍‌, ମହାରାଷ୍ଟ୍ରର ସତାରା ଏବଂ ଓଡ଼ିଶାର ଭୁବନେଶ୍‌:ର ଓ ସୁନ୍ଦରଗଡରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି ।

ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର କୋଭିଡ-୧୯ ରେ ସଂକ୍ରମିତଙ୍କ ସଂଖ୍ୟର ୧୨, ୪୮୧ ଥିବାବେଳେ ମହାମାରୀରେ ୩୪୭ ଜଣଙ୍କ ଜୀବନ ଯାଇଛି । ରାଜଧାନୀରେ ସଂକ୍ରମଣ ହାର ୧୭.୭୬ ପ୍ରତିଶତ ରହିଛି । ଅର୍ଥାତ୍‌ ଯେତିକି ନମୂନା ପରୀକ୍ଷା କରାଯାଇଛି ତାହା ମଧ୍ୟରୁ ପ୍ରତି ଶହେ ନମୂନାରେ ୧୭ ପଜିଟିଭ ବାହାରୁଛି । ଏହି ହାର ଚଳିତମାସରେ ସବୁଠାରୁ କମ୍‌୍ ବୋଲି ସ୍‌:ାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

You might also like