ରାଜ୍ୟର ୪ ଜିଲ୍ଲା ହେଲା କରୋନା ମୁକ୍ତ
ବୌଦ୍ଧ, ଗଜପତି, କୋରାପୁଟ ଓ ସୋନପୁର କରୋନା ମୁକ୍ତ
ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଆଜି ତଳମୁହଁ ହୋଇଛି। ଆଜି ୨୬ ଜିଲ୍ଲାରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୪ କ୍ୱାରେଣ୍ଟିନ କେସ ଥିବାବେଳେ ୧୩୫ ଲୋକାଲ କେସ ରହିଛି। ସେହିପରି ଆଜି ରାଜ୍ୟରୁ ୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୮୪୩ରେ ପହଞ୍ଚିଛି। ତେବେ ଖୁସି ଖବର ହେଉଛି, ୪ ଜିଲ୍ଲା କରୋନା ମୁକ୍ତ ହୋଇଛି।
ଆଜି ସୁନ୍ଦରଗଡ଼ରେ ସର୍ବାଧିକ ୭୨ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଅନ୍ୟ ସବୁ ଜଲ୍ଲାରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଅଗୁଗୋଳରେ ୩୫, ଖୋର୍ଦ୍ଧାରେ ୨୩, ମୟୂରଭଞ୍ଜ ଓ ସମ୍ବଲପୁରରେ ୧୯, ବଲାଙ୍ଗୀରରେ ୧୫ ତଥଶ କଟକରେ ୧୦ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ବୌଦ୍ଧ, ଗଜପତି, କୋରାପୁଟ ଓ ସୋନପୁର ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୯୧୫ ଛୁଇଁଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୨୧,୯୫୬ ଜଣ। ରାଜ୍ୟରେ ଆକ୍ଟିଭ କେସ ଅଛି ୩୦୬୩।
Covid-19 Report For 21st December
New Positive Cases: 319
In quarantine: 184
Local contacts: 135(Details of local contacts will be shared by concerned District Administration)
District Wise Cases:
1. Angul: 35
2. Balasore: 10
3. Bargarh: 6
4. Bhadrak: 7
5. Balangir: 15— I & PR Department, Odisha (@IPR_Odisha) December 22, 2020
ସେହିପରି ଆଜି ଭୁବନେଶ୍ୱର, ଯାଜପୁର, କଳାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ତେବେ ଦୁଃଖର କଥା, ଯାଜପୁରରେ ଜଣେ ୨୭ ବର୍ଷୀୟ ଯୁବକ ଆଜି କରୋନାରେ ଆଖି ବୁଜିଛନ୍ତି। ସେ ପୂର୍ବରୁ ଡାଇବେଟିସ ଆକ୍ରାନ୍ତ ମଧ୍ୟ ଥିଲେ।
ଏହାବ୍ୟତୀତ ଭୁବନେଶ୍ୱରର ଜଣେ ୭୦ ବର୍ଷୀୟ ବୃଦ୍ଧ କରୋନାରେ ଆଖି ବୁଜିଛନ୍ତି। ସେ ମଧ୍ୟ ଡାଇବେଟିସ ଆକ୍ରାନ୍ତ ଥିଲେ। କଳାହାଣ୍ଡିର ଜଣେ ୭୭ ବର୍ଷୀୟ ବୃଦ୍ଧ ଯେ କି ପୂର୍ବରୁ କିଡନୀ, ଲିଭର ଜନିତ ରୋଗରେ ଆକ୍ରାନ୍ତ ଥିଲେ।
ପୁରୀରୁ ଆଖି ବୁଜିଥିବା ବ୍ୟକ୍ତିଙ୍କ ବୟସ ୫୨ ବର୍ଷ। ସେ ମଧ୍ୟ ପୂର୍ବରୁ ଡାଇବେଟିସ୍ ଆକ୍ରାନ୍ତ ଥିଲେ।
Regret to inform the demise of four numbers of Covid positive patients while under treatment in hospitals.
1.A 70-year-old male of Bhubaneswar who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) December 22, 2020