ଭାରତ ଲକ୍ଡାଉନ୍: ୧୭ ଛୁଇଁଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୧୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଗତକାଲି ଗୋଟିଏ ଦିନରେ ୪ ଜଣ ପ୍ରାଣ ହରାଇଥିଲେ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, 640 ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ 67 ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି।
କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେଥିପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଅନ୍ୟପକ୍ଷରେ, କରୋନା ମୁକାବିଲା ପାଇଁ ଜି୨୦ ରାଷ୍ଟ୍ର ସମୂହ ଅଣ୍ଟା ଭିଡ଼ିଛନ୍ତି। ବିଶ୍ୱ ଅର୍ଥନୀତିରେ ଏହି ରାଷ୍ଟ୍ରଗୁଡ଼ିକ ୫ ଟ୍ରିଲିଅନ୍ ଡଲାର ଦେବାକୁ ମନସ୍ଥ କରିଛନ୍ତି। ଏହି ଅର୍ଥର କରୋନା ମୁକାବିଲା ପାଇଁ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଏବଂ ମେଡିକାଲ ବ୍ୟବସ୍ଥାରେ ଉନ୍ନତି ଆଦି କ୍ଷେତ୍ରରେ ପଦକ୍ଷେପ ନିଆଯାଇପାରିବ।