୨୪ ଘଣ୍ଟାରେ ୬ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ  କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ୨୫ ଛୁଇଁଛି। ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୭ରେ ପହଞ୍ଚିଛି।

ମହାରାଷ୍ଟ୍ରରେ ସର୍ବାଧିକ ୧୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି କେରଳରେ ୧୮୨ ଜଣ ଆକ୍ରାନ୍ତ ହୋଇଛନ୍ତି।

ଆଜି ସକାଳେ ଅହମଦାବାଦରେ ଜଣେ ୪୫ ବର୍ଷ ବୟସ୍କ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ପାଞ୍ଚରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ମୃତକ ଜଣଙ୍କ ମଧୁମେହ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ।

ତେଲେଙ୍ଗାନାରେ ମଧ୍ୟ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୭୪ ବର୍ଷ ।

ବିଶ୍ୱର ୧୯୯ଟି ଦେଶକୁ ଏହି ମହାମାରୀ ବ୍ୟାପିଥିବା ବେଳେ ୩୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଓ  ୬୬୪,୦୭୧ ଜଣ ଆକ୍ରାନ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ସରକାର ଲକ୍‌ଡାଉନ୍ କରିଛନ୍ତି। 

You might also like