ରାଜ୍ୟରେ ଚିହ୍ନଟ ହେଲେ ୨୪୫ କରୋନା ପଜିଟିଭ, ଆଖି ବୁଜିଲେ ୩
ଭୁବନେଶ୍ୱର: ରାଜ୍ୟରେ ଗତକାଲି ତୁଳନାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଗତକାଲି ୩୧୫ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୨୪୫ କରୋନା ପଜିଟିଭ। ୨୪ ଜିଲ୍ଲାରୁ ଏହି କରୋନା ରୋଗୀମାନେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୯ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୬ ଲୋକାଲ କେସ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି।
ଆଜି ସମ୍ବଲପୁରରୁ ସର୍ବାଧିକ ୩୫ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା’ ପଛକୁ ରହିଛି ସୁନ୍ଦରଗଡ । ଏଠାରୁ ୩୪ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଅନଗୁଳରୁ ୩୨, ବାଲେଶ୍ୱରରୁ ୫, ବରଗଡରୁ ୧୪, ଭଦ୍ରକରୁ ୬, କଟକରୁ ୧୫, ବଲାଙ୍ଗୀରରୁ ୯, ଦେବଗଡରୁ ୧, ଢେଙ୍କାନାଳରୁ ୧, ଜଗତସିଂହପୁରରୁ ୪, ଯାଜପୁରରୁ ୧୫, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୩, କେନ୍ଦ୍ରାପଡାରୁ ୮, କେନ୍ଦୁଝରରୁ କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୧୯, ମୟୂରଭଞ୍ଜରୁ ୧୭, ନୟାଗଡ଼ରୁ ୨ ରୋଗୀ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩,୨୯,୮୬୬୧ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ୩,୨୫,୪୩୨। ଆକ୍ଟିଭ କେସ ରହିଛି ୨୫୦୫।
ସେହିପରି ୨୪ ଘଣ୍ଟା ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱରର ଜଣେ ୬୦ ବର୍ଷୀୟ ମହିଳା, ଭୁବନେଶ୍ୱରର ଜଣେ ୬୧ ବଷୀୟ଼ ବୃଦ୍ଧ ଏବଂ ନବରଙ୍ଗପୁରର ଜଣେ ୨୨ ବର୍ଷୀୟ ଯୁବକ। ଏହାକୁ ମଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮୭୬ରେ ପହଞ୍ଚିଛି।
Regret to inform the demise of three numbers of Covid positive patients while under treatment in hospitals.
1.A 60-year-old female of Bhubaneswar.
2.A 61-year-old male of Cuttack district who was also suffering from Diabetes Mellitus.
— H & FW Dept Odisha (@HFWOdisha) January 1, 2021
ସୂଚନାଥାଉ କି, ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୮ ହଜାର ୯୯୪କୁ ବୃଦ୍ଧି ପାଇଛି। ସେହିପରି ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨ ଲକ୍ଷ ୮୬ ହଜାର ୭୧୦କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୨୦,୦୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବାଳେ ୨୫୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ଏହାକୁ ମିଶାଇ ଆକ୍ଟିଭ କେସ ୨,୫୪,୨୫୪ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୯୮,୮୩,୪୬୧।
ରାଜ୍ୟରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଥିଲେ ହେଁ ବ୍ରିଟେନ୍ର ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ଖେଳି ଯାଇଛି। ଓଡ଼ିଶାରେ କିଛି ବ୍ରିଟେନ ଫେରନ୍ତା ଥିବାରୁ ସଂକ୍ରମଣ ଭୟ ଅଧିକ ବଢିଯାଇଛି।
Covid-19 Report For 31st December
New Positive Cases: 245
In quarantine: 139
Local contacts: 106(Details of local contacts will be shared by concerned District Administration)
District Wise Cases:
1. Angul: 32
2. Balasore: 5
3. Bargarh: 14
4. Bhadrak: 6
5. Balangir: 9— I & PR Department, Odisha (@IPR_Odisha) January 1, 2021