୩ ନିଜାମୁଦ୍ଦିନ୍‌ ଫେରନ୍ତାଙ୍କ ଆସିଲା କରୋନା ପିଜିଟିଭ୍ ରିପୋର୍ଟ

ଭୁବନେଶ୍ୱର: ନିଜାମୁଦ୍ଦିନ୍‌ରୁ ଓଡିଶାକୁ ଫେରିଥିବା ଲୋକଙ୍କ ମଧ୍ୟରୁ ଏଯାବତ ୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୩ଟି କରୋନା ପିଜିଟିଭ୍ ଆସିଛି। କଟକ, ପୁରୀ ଏବଂ ଯାଜପୁରର ଜଣେ ଲେଖାଏ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନେ ସମସ୍ତେ ନିଜାମୁଦ୍ଦିନରୁ ଫେରିଥିଲେ।

ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।

ସେମାନେ ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିଲେ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ, ନିଜାମୁଦ୍ଦିନ୍ ଲିଙ୍କ୍ ଥିବା ସମସ୍ତ ବ୍ୟକ୍ତି ନିଜଆଡ଼ୁ ୧୦୪କୁ ଫୋନ୍ କରି ସେମାନଙ୍କ ସଂପର୍କରେ ତଥ୍ୟ ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁରୋଧ କରିଛି।

ସେହିପରି ଏହିଭଳି ବ୍ୟକ୍ତିଙ୍କ ସଂପର୍କରେ ଯଦି କାହା ପାଖରେ ସୂଚନା ରହିଛି, ତା’ହେଲେ ୧୦୪କୁ ଫୋନ୍ କରି ଖବର ଦେବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି।

ସୂଚନାଥାଉ କି, ଗତକାଲି ଓଡ଼ିଶାରେ ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି।

ଗତକାଲିଠୁ ଭୁବନେଶ୍ୱର, ଭଦ୍ରକ ଓ କଟକରେ ୪୮ ଘଣ୍ଟା ଶଟ୍ ଡାଉନ୍ ଲାଗୁ କରାଯାଇଛି।

You might also like