ସାରା ବିଶ୍ୱରେ କରୋନା ନେଲା ୬୪ ହଜାରରୁ ଅଧିକ ଜୀବନ, ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ଏବେ ପୃଥିବୀର ୨୦୬ ଦେଶ। ଏ ପର୍ଯ୍ୟନ୍ତ ସାରା ବିଶ୍ୱରେ କରୋନା ନେଲାଣି ୬୪ ହଜାର ୭୩୪ ଜଣଙ୍କ ଜୀବନ। ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨ ହଜାର ୭୧୫କୁ ବୃଦ୍ଧି ପାଇ ଥିବାବେଳେ ୨ ଲକ୍ଷ ୪୬ ହଜାର ୬୪୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ବର୍ତ୍ତମାନ ୮ ଲକ୍ଷ ୯୧ ହଜାର ୩୩୩ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ହଜାର ୭୮ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ  ୮ ଲକ୍ଷ ୪୭ ହଜାର ୨୫୫ ଜଣ ସାମାନ୍ୟ ଆକ୍ରାନ୍ତ ହୋଇଛନ୍ତି।  

  • ଆମେରିକାରେ ଦିନକରେ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ଯୁ ହୋଇଥିବା ବେଳେ ଏହି ସଂଖ୍ୟା ୮,୪୫୪କୁ ବୃଦ୍ଧି ପାଇଛି।
  • ଫ୍ରାନ୍ସରେ ମଧ୍ୟ ଦିନକରେ ୧ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଠାରେ ମୃତ୍ଯୁ ସଂଖ୍ୟା ୭ ହଜାର ୫୬୦କୁ ବୃଦ୍ଧି ପାଇଛି।
  • ଇଟାଲୀରେ ସର୍ବାଧିକ ୧୫, ୩୬୨ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ୧ ଲକ୍ଷ ୨୪ ହଜାର ୬୩୨ ଜଣ ଆକ୍ରାନ୍ତ ହୋଇଛନ୍ତି।
  • ସ୍ପେନରେ ୧୧,୯୪୭ ଜଣଙ୍କ ମୃତ୍ଯୁ ହୋଇ ଥିବାବେଳେ, ବ୍ରିଟେନରେ ମୃତ୍ଯୁ ସଂଖ୍ୟା ୩ ହଜାରରୁ ଅଧିକ ରହିଛି।
  • କରୋନାର ଉତ୍ପତ୍ତିସ୍ଥଳ ଚୀନରେ ୩ ହଜାର ୩୨୯ ଜଣଙ୍କ ଜୀବନ ଯାଇଛି।
  • କରୋନା ଆକ୍ରାନ୍ତରେ ଇରାନରେ ୩ ହଜାର ୪୫୨ ଜଣ, ନେଦରଲାଣ୍ଡସରେ ୧ ହଜାର ୬୫୧ ଜଣ ଓ ପାକିସ୍ତାନରେ ୪୧ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି।
You might also like