ସାରା ବିଶ୍ୱରେ ୧୬ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ଟପିଛି। ସେହିପରି ମୃତ୍ଯୁ ସଂଖ୍ୟା ୯୫ ହଜାର ଟପିଛି। ଏହି ମହାମାରୀ କବଳରେ ଏବେ ବିଶ୍ୱର ୨୦୯ ଦେଶ। ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୫୬ ହଜାର ୬୫୬ଜଣ ସୁସ୍ଥ ହୋଇଛନ୍ତି।

  • ଆମେରିକାରେ ଦିନକୁ ଦିନ ସ୍ଥିତି ଉଦବେଗଜନକ ଆଡକୁ ଗତି କରୁଛି। ବର୍ତ୍ତମାନ ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୮ ହଜାର ଟପିଲାଣି। 
  • ମେରିକାରେ କରୋନାରେ ଆକ୍ରାନ୍ତରେ ୧୬ ହଜାରରୁ ଅଧିକ ଜୀବନ ଗଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।
  • ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୭ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
  • ରିପୋର୍ଟ ଅନୁସାରେ, ଆମେରିକାରେ ୧୧ ଭାରତୀୟଙ୍କ ମଧ୍ୟ ମୃତ୍ଯୁ ଘଟିଛି।
  • ସର୍ବାଧିକ କରୋନା ସଂକ୍ରମିତ ୫ଟି ଦେଶ ଭିତରେ ଆମେରିକା ତଳକୁ ରହିଛି ସ୍ପେନ୍, ଇଟାଲୀ, ଜର୍ମାନୀ ଓ ଫ୍ରାନ୍ସ। ଏହାପରେ ଚୀନ୍ ରହିଛି ।
  • ଇଟାଲୀରେ କରୋନା ଆକ୍ରାନ୍ତରେ ସର୍ବାଧିକ ୧୮ ହଜାରରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଛି।
You might also like