ସାରା ବିଶ୍ୱରେ ୮୮ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ସାରା ବିଶ୍ୱରେ ମୃତ୍ଯୁ ସଂଖ୍ୟା ୮୮ ହଜାର ଟପିଛି। ସେହିପରି ମୋଟ ସଂକ୍ରମଣଙ୍କ ସଂଖ୍ୟା ୧୫ ଲକ୍ଷ ୧୮ ହଜାର ଟପିଲାଣି। ଏହି ମହାମାରୀ କବଳରେ ଏବେ ବିଶ୍ୱର ୨୦୯ ଦେଶ। ତେବେ ଦିନକୁ ଦିନ ଆମେରିକାରେ ସ୍ଥିତି ଉଦବେଗଜନକ ଆଡକୁ ଗତି କରୁଛି।

  • ଆମେରିକାରେ ମୃତ୍ଯୁ ସଂଖ୍ୟା ୧୪ ହଜାର ୭୦୦ ଟପି ଥିବାବେଳେ ୪ ଲକ୍ଷ ୩୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
  • ଗତକାଲି ଗୋଟିଏ ଦିନରେ ଆମେରିକାରେ ୧୮ ଶହ ୯୫ ଜଣଙ୍କ ମୃତ୍ଯୁ ହୋଇଛି।
  • ସେହିପରି ସ୍ପେନରେ ବି ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ମୃତକଙ୍କ ସଂଖ୍ୟା ୧୪ ହଜାର ୭୯୨ ରହିଛି । 
  • ଇଟାଲିରେ ମୃତ୍ଯୁ ସଂଖ୍ୟା ୧୭ ହଜାର ୬୬୯ ଛୁଇଁ ଥିବାବେଳେ ୧ ଲକ୍ଷ ୩୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
  • ଫ୍ରାନ୍ସରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପି ଥିବାବେଳେ ୧୦ ହଜାର ୮୬୯ ମୁଣ୍ଡ ନେଲାଣି କରୋନା।
  • କରୋନା ସଂକ୍ରମଣର ଶିକାର ହୋଇଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଚିକିତ୍ସା ଚାଲିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବୋରିସଙ୍କ ମୁଖପାତ୍ର କହିଛନ୍ତି।
  • ତେବେ ତାଙ୍କ ପାଇଁ ମେକାନିକାଲ ଭେଣ୍ଟିଲେଟରର ଆବଶ୍ୟକତା ପଡିନାହିଁ ଏବଂ ସେ ଷ୍ଟାଣ୍ଡାର୍ଡ ଅକ୍ସିଜେନ ଟ୍ରିଟମେଣ୍ଟରେ ଥିବା ବୋରିସଙ୍କ ମୁଖପାତ୍ର କହିଛନ୍ତି ।
You might also like