ସାରା ବିଶ୍ୱରେ ୭୦ ହଜାର ଟପିଲା କରୋନା ମୃତ୍ଯୁ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମୃତ୍ଯୁ ସଂଖ୍ୟା ୭୦ ହଜାର ଟପିଛି। ବିଶେଷ କରି ଆମେରିକାରେ ସ୍ଥିତି ଉଦବେଗଜନକ ରହିଛି।

ଲଗାତାର ୩ ଦିନ ଧରି ଆମେରିକାରେ ଦୈନିକ ମୃତ୍ଯୁ ସଂଖ୍ୟା ୧ ହଜାରରୁ ଅଧିକ ରହିଛି। ଦେଶବାସୀଙ୍କ ପାଇଁ ଏହା ସବୁଠୁ କଠିନ ସପ୍ତାହ ବୋଲି ୟୁଏସ୍ ସର୍ଜନ ଜେନେରାଲ୍ ଚେତାବନୀ ଦେଇଛନ୍ତି।

  • ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୩ ଲକ୍ଷ ୩୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୯,୬୮୯ରେ ପହଞ୍ଚିଛି। ଏଥିମଧ୍ୟରୁ କେବଳ ନ୍ଯୁୟର୍କରେ ମୃତ୍ଯୁ ସଂଖ୍ୟା ୪ ହଜାରରୁ ଅଧିକ।
  • ସେହିଭଳି ସ୍ପେନରେ ଗୋଟିଏ ଦିନରେ ୬୯୪ ଜଣଙ୍କ ମୃତ୍ଯୁ ସେଠାକାର ସ୍ଥିତିକୁ ଅଧିକ ଜଟିଳ କରି ଦେଇଛି।
  • ସ୍ପେନରେ ମୃତ୍ଯୁ ସଂଖ୍ୟା ୧୩ ହଜାର ଟପିଛି।
  • ଗତ ୨ ଦିନ ଧରି ଇଟାଲୀରେ ଦୈନିକ ମୃତ୍ଯୁ ସଂଖ୍ୟାରେ ହ୍ରାସ ଦେଖା ଦେଇଛି। ଏଠାରେ କରୋନା ଆକ୍ରାନ୍ତରେ ମୃତ୍ଯୁ ସଂଖ୍ୟ ୧୫ ହଜାର ୮୮୭ରେ ପହଞ୍ଚିଛି।
  • ଫ୍ରାନ୍ସରେ ୮ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଲାଣି କରୋନା।
  • ବ୍ରିଟେନରେ ମୃତ୍ଯୁ ସଂଖ୍ୟା ୫ ହଜାରରୁ ଅଧିକ।

ବର୍ତ୍ତମାନ ସୁଦ୍ଧା ମହାମାରୀ କରୋନା କବଳରେ ୨୦ ଦେଶର ମୋଟ ୧୨ ଲକ୍ଷ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ସେହିପରି ୨ଲକ୍ଷ ୭୨ ହଜାରରୁ ଅଧିକ ସୁସ୍ଥ ହୋଇ ସାରିଲେଣି।

You might also like