ଓଡିଶାରେ ଆଉ ୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ତେବେ ଏମାନେ କେଉଁ ଅଞ୍ଚଳର ତାହା ଜଣାପଡିନାହିଁ।

ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି।

ଆମେ ଏଠି ଆପଣଙ୍କୁ କହି ରଖୁଛୁ ଯେ, ଆଜି ପ୍ରଥମେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ଦିଆଯାଇଥିବା ତଥ୍ୟକୁ ନେଇ ଦ୍ୱନ୍ଦ୍ବ ସୃଷ୍ଟି ହୋଇଥିଲା। ତେବେ ଟେକ୍ନିକାଲ ସମସ୍ୟା ଯୋଗୁ ଏଭଳି  ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ପରେ ସୂଚନା ଦିଆଯାଇଥିଲା।

ରାଜ୍ୟରେ ଗତକାଲି ଚିହ୍ନଟ ୪୯ ଓ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ସାମ୍ନାକୁ ଆସିଛି। ୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ।

You might also like