ଗତ ୨୪ ଘଣ୍ଟାରେ ଦେଶରେ କରୋନା ନେଲା ୩୪ ମୁଣ୍ଡ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ କରୋନା ନେଲା ୩୪ ମୁଣ୍ଡ। ଏହାକୁ ମିଶାଇ ଦେଶରେ ମୃତ୍ଯୁ ସଂଖ୍ୟା ୨୭୩ରେ ପହଞ୍ଚିଛି।

ଆଜି ସୁଦ୍ଧା ୭ ହଜାର ୪୦୯ ଜଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ  ୭୬୪ ଜଣ ଆରୋଗ୍ୟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦୈନିକ ୧୫ ହଜାର ସାମ୍ପଲ ପରୀକ୍ଷା କରାଯିବା ସହ ଦେଶର ୨୧୯ଟି ସ୍ଥାନରେ କରୋନା ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି।

ଆଇସିୟୁ ବ୍ୟବସ୍ଥା ସହ ୨୦ ପ୍ରତିଶତ ଆକ୍ରାନ୍ତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସାମ୍ବାଦିକ ସମ୍ମିଳନୀରେ କୋଭିଡ୍ ହସ୍ପିଟାଲ କଥା କହିବା ବେଳେ ଭୁବନେଶ୍ୱର ଓ କଟକରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ।

ସେପଟେ ମହାରାଷ୍ଟ୍ର, ତାମିଲନାଡୁ ଓ ଦିଲ୍ଲୀରେ ସ୍ଥିତି ଜଟିଳ ହେବାରେ ଲାଗିଛି ଏମିତିକି କରୋନା ମୁକାବିଲା ପାଇଁ ଜିଲ୍ଲା ସ୍ତରରୁ ଲଢ଼େଇ ଚାଲିଛି।

You might also like