ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୧୯ ଛୁଇଁଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୧୯ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୮୧୯ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ 79 ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। କେରଳ ଓ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।
ଦିନକୁ ଦିନ କରୋନା ଭାଇରସ ପ୍ରକୋପ ବଢି ବଢି ଚାଲିଛି। ବିଶେଷକରି ଇଟାଲିରେ କରୋନାର ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି। ଇଟାଲିରେ କରୋନା ମୃତକଙ୍କ ସଂଖ୍ୟା ଇତି ମଧ୍ୟରେ ୯,୧୩୪ରେ ପହଞ୍ଚିଲାଣି । ଶୁକ୍ରବାର ଗୋଟିଏ ଦିନରେ ୯୦୦ରୁ ଅଧିକ ଲୋକଙ୍କର ଜୀବନ ନେଇଛି କରୋନା ।
ଇଟାଲି ଏବଂ ସ୍ପେନ ପରେ ଏବେ ଦୁନିଆର ମହାଶକ୍ତିଶାଳୀ ଦେଶ ଆମେରିକାରେ କରୋନା ଭାଇରସ୍ ସଂକ୍ରମଣର ପ୍ରଭାବ ବେଶି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଏହି ଭାଇରସ୍ ୩୪୫ ଜଣଙ୍କ ମୁଣ୍ଡ ନେଇଛି।