ଭାରତରେ କରୋନା ଆକ୍ରାନ୍ତରେ ମୃତକଙ୍କ ସଂଖ୍ୟା ଛୁଇଁଲା ୧୬

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ମୃତକଙ୍କ ସଂଖ୍ୟା ୧୬ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଆଜି ୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଏହି ତଥ୍ୟ ଅନୁଯାୟୀ ୬୩୩ ଜଣଙ୍କଠାରେ ବର୍ତ୍ତମାନ ମଧ୍ୟ କରୋନା ପଜିଟିଭ୍‌ ରହିଥିବାବେଳେ ୪୪ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ବିଶ୍ୱରେ ୨୧ ହଜାରରୁ ଅଧିକ ଜୀବନ ଯାଇଥିବାବେଳେ କେବଳ ଇଟାଲୀରେ ୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ରୋନା ମୁକାବିଲା ପାଇଁ ଜି୨୦ ରାଷ୍ଟ୍ର ସମୂହ ଅଣ୍ଟା ଭିଡ଼ିଛନ୍ତି। ବିଶ୍ୱ ଅର୍ଥନୀତିରେ ଏହି ରାଷ୍ଟ୍ରଗୁଡ଼ିକ ୫ ଟ୍ରିଲିଅନ୍‌ ଡଲାର ଦେବାକୁ ମନସ୍ଥ କରିଛନ୍ତି। ଏହି ଅର୍ଥର କରୋନା ମୁକାବିଲା ପାଇଁ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଏବଂ ମେଡିକାଲ  ବ୍ୟବସ୍ଥାରେ ଉନ୍ନତି ଆଦି କ୍ଷେତ୍ରରେ ପଦକ୍ଷେପ ନିଆଯାଇପାରିବ।

ଆହୁରି ମଧ୍ୟ ପଢନ୍ତୁ: ଦୁଇ ବର୍ଷ ତଳେ କରୋନାକୁ ନେଇ ହୋଇଥିଲା ଏମିତି ଭବିଷ୍ୟବାଣୀ

You might also like