ଓଡ଼ିଶାରେ ୨୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ଓଡ଼ିଶାରେ ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଏନେଇ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି।

ନୂଆ କରି ଚିହ୍ନଟ ହୋଇଥିବା ୧୫ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପୂର୍ବରୁ ଭୁବନେଶ୍ୱର ସୂର୍ଯ୍ୟ ନଗର ଅଞ୍ଚଳରୁ ଚିହ୍ନଟ ହୋଇଥିବା ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ୭ଜଣ ସମ୍ପର୍କୀୟ ଅଛନ୍ତି। ସେମାନେ ହେଲେ ପ୍ରଦୀପ୍ତଙ୍କ ପତ୍ନୀ, ତାଙ୍କ ଝିଅ ଓ ତାଙ୍କ ଘରେ ଭଡାରେ ରହୁଥିବା କିଛି ଲୋକ। 

ସେହିପରି ଭୁବନେଶ୍ୱର ବମିଖାଲରୁ 3 ଜଣ, ଯାଜପୁର, ପୁରୀ ଓ କଟକ ଅଞ୍ଚଳରୁ ଜଣେ ଲେଖାଏ ଏବଂ ଭଦ୍ରକରୁ ଆଉ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଭଦ୍ରକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଆଜିର ୧୫ ଜଣଙ୍କୁ ମିଶାଇଲେ ମୋଟ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

You might also like