ମହାରାଷ୍ଟ୍ରରେ କରୋନା ଔଷଧର ଦାମ ବଢାଇଲେ ସରକାର

ଔଷଧର ଦାମ ବଢାଇଲେ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ସଙ୍ଗୀନ ହେବାରେ ଲାଗିଛି କରୋନା ସ୍ଥିତି। ଏଠାରେ ଲଗାତାର ଭାବରେ କରୋନା ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ,  ଟେଷ୍ଟିଂରେ ବି ଅନେକ ସମସ୍ୟା ଦେଖାଗଲାଣି। ଆଉ ଏହାରି ମଧ୍ୟରେ କରୋନାର ଔଷଧର ଦାମ ବଢାଇଛନ୍ତି ମହାରାଷ୍ଟ୍ର ସରକାର। ସୂଚନା ଅନୁସାରେ, ରାଜ୍ୟରେ ଦୈନିକ ଅଧିକ ବ୍ୟବହାର ହେଉଥିବାରୁ ଏବେ ମହାରାଷ୍ଟ୍ର‌ରେ କରୋନା ଔଷଧ ରେମଡେସିଭିରର ମୂଲ୍ୟ ବୃଦ୍ଧି କରାଯାଇଛି। ‌ବର୍ତ୍ତମାନ ସମୟରେ କରୋନା ଔଷଧ ରେମଡେସିଭିର କିଣିବାକୁ ମହାରାଷ୍ଟ୍ରରେ ଲୋକଙ୍କୁ ୧୧୦୦-୧୪୦୦ ଟଙ୍କା ଦେବାକୁ ପଡ଼ିବ। ଏନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ।

କରୋନାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, “କରୋନା ଔଷଧ ରେମଡେସିଭିର ପ୍ରତି ଡୋଜର ମୂଲ୍ୟ ୧୧୦୦-୧୪୦୦ ଟଙ୍କା ମଧ୍ୟରେ ରଖାଯିବ। ରାଜ୍ୟରେ ଲୋକେ ଦୈନିକ ୫୦,୦୦୦ ଡୋଜ ଖାଉଥିବାରୁ ସରକାରଙ୍କୁ ଅଧିକ ସଂଖ୍ୟକ ରେମଡେସିଭର୍ ଡୋଜ୍ ଦରକାର। ତେବେ ମୂଲ୍ୟ ବୃଦ୍ଧି ବିଷୟରେ ସୂଚନା ଦେବା ସହ ମହାରାଷ୍ଟ୍ରରେ ୩ ପ୍ରତିଶତ ଟିକା ନଷ୍ଟ ହେଉଥିବା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ମଧ୍ୟ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଏହା ସହ ରାଜ୍ୟରେ ନୂଆ ଷ୍ଟ୍ରେନ ପାଇଁ ସଂକ୍ରମଣ ଦ୍ରୁତ ବେଗରେ ବଢ଼ୁଛି। କାରଣ ଏବେ କରୋନା ଆକ୍ରାନ୍ତଙ୍କ ପାଖରେ ପୂର୍ବ ଲକ୍ଷଣ ଦେଖାଯାଉନାହିଁ। ବିଭିନ୍ନ ରୋଗୀଙ୍କ ପାଖରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଉଥିବା କହିଥିଲେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

ଗୋଟିଏ ପଟେ କରୋନା ଦେଶରେ କାୟା ବିସ୍ତାର କରୁଛି ଆଉ ଅନ୍ୟ ପଟେ ଏହି ସମୟରେ କରୋନା ଔଷଧର ଦାମ ବଢାଇଛନ୍ତି ସରକାର। ମାତ୍ର ୨୪ ଘଂଟାରେ ଦେଶରେ

ଦେଶରେ କରୋନା ସଂକ୍ରମଣ ଆଜି ସବୁ ରେକର୍ଡ ଭାଙ୍ଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶରେ ୫୯, ୮୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ଟିଭ କେସ ୫୫, ୨୫୦ ଥିବା ଜଣଯାଇଛି। ଏହି ସମୟ ମଧ୍ୟରେ ଦେଶରେ ୬୩୦ ଜଣଙ୍କର ମୃତ୍ୟୁ ଘଟିଛି।
କହିବାକୁ ଗଲେ କରୋନାରେ ମହାରାଷ୍ଟ୍ରର ସ୍ଥିତି ଲଗାତାର ବିଗିଡ଼ିବାରେ ଲାଗିଛି। ଏନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଲଗାତାର ଆଲୋଚନା ହେଉଥିବା ନେଇ ମଧ୍ୟ ଠାକରେ ସରକାର କହିଛନ୍ତି। ତେବେ ଔଷଧ ବଢିବା ନେଇ କେନ୍ଦ୍ର ସରକାର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

You might also like