ଷ୍ଟକ୍ ମାର୍କେଟ୍ ଉପରେ କରୋନା ପ୍ରଭାବ
ନୂଆଦିଲ୍ଲୀ: କରୋନା ପ୍ରଭାବ ପୁଣିଥରେ ଷ୍ଟକ୍ ମାର୍କେଟ୍ ଉପରେ ପଡ଼ିଛି। ଆଜି ସକାଳୁ ଶେଆର ମାର୍କେଟ୍ ଖୋଲିବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସେନ୍ସେକ୍ସ ୨୩ ଶହ ପଏଣ୍ଟ ଖସିଥିଲା। ଯାହା ପୂର୍ବ ଦିନ ଅପେକ୍ଷା ୧୦ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ନିଫ୍ଟି ମଧ୍ୟ ୮୪୨ ପଏଣ୍ଟ ହ୍ରାସ ପାଇଥିଲା।
ପରିସ୍ଥିତି ଏପରି ହୋଇଥିଲା କି ୪୫ ମିନିଟ୍ ଯାଏ କାରବାରକୁ ବନ୍ଦ କରିବାକୁ ପଡ଼ିଥିଲା।
ଗତକାଲିର ଜନତା କର୍ଫ୍ଯୁ, ମୁମ୍ବାଇ ଲକ୍ ଡାଉନ୍ ଏବଂ ଅନେକ ରାଜ୍ୟରେ ଲକ୍ ଡାଉନ୍ ପରେ ଏହାର ସିଧା ପ୍ରଭାବ ଶେଆର ମାର୍କେଟ ଉପରେ ପଡ଼ିଛି।
ବିଶ୍ୱବ୍ୟାପୀ କରୋନା ଯୋଗୁ ପୁଞ୍ଜିି ନିବେଶକମାନେ ଷ୍ଟକ ମାର୍କେଟ ଉପରେ ଅାସ୍ଥା ହରାଉଥିବାରୁ ଏପରି ସ୍ଥିତି ଉପୁଜିଛି। ଏସିଅା ଓ ୟୁରୋପ, ଅାମେରିକାର ଷ୍ଟକ ମାର୍କେଟ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି।