ଲକ୍ଡାଉନ୍ ଉଲ୍ଲଙ୍ଘନକାରୀଙ୍କୁ ଉଠ୍ବସ୍ କରାଇବା ସହିତ ରାସ୍ତାରେ ଶୁଆଇ ପିଟିଲା ପୁଲିସ୍
ନୂଆଦିଲ୍ଲୀ: କରୋନାର ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ମାଧ୍ୟମ ହୋଇଥିବାରୁ ଆଜିଠାରୁ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକେ ଅନେକ ସ୍ଥାନରେ ଏହି ନିୟମକୁ ମାନୁ ନଥିବାରୁ ପୁଲିସ୍ ରାସ୍ତା ଉପରେ ଉଲ୍ଳଙ୍ଘାନକାରୀଙ୍କ ବିଚାର କରୁଛି।
ପ୍ରଥମେ ହାତ ଯୋଡ଼ି ଲୋକଙ୍କୁ ଘରୁ ନ ବାହାରିବାକୁ ନିବେଦନ କରିଥିବା ପୁଲିସ୍ ଏବେ ଲାଠି ଚଳାଇ ଲକ୍ଡାଉନକୁ କାର୍ଯ୍ୟକାରୀ କରିଛି।
Here we see people being forced to roll over or threatened to be beaten. I am hopeful @capt_amarinder can advise the @PunjabPoliceInd to find other means to enforce the curfew. pic.twitter.com/5gOtAzAhCP
— Gurpreet Singh Dhillon (@gurpreetdhillon) March 24, 2020
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଆଜି ପଞ୍ଜାବରେ ମଧ୍ୟ ଲକ୍ଡାଉନ ନିୟମକୁ କାର୍ଯ୍ୟକାରୀ କରାଯାଇଛି। ସେହିପରି ରାଜ୍ୟ ସରକାର ମଧ୍ୟ କର୍ଫ୍ୟୁ ଲାଗୁ କରିଛନ୍ତି। ତଥାପି କିଛି ଯୁବକ ଆଜି ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ପୁଲିସ୍ ରାସ୍ତାରେ ଶୁଆଇ ଲାଠିରେ ପିଟି ଥିବା ଦୃଶ୍ୟ ସାମ୍ନାକୁ ଆସିଛି।
ସେହିପରି ଆଉ କିଛି ସ୍ଥାନରେ ଉଲ୍ଲଙ୍ଘନକାରୀଙ୍କ ମୁହଁରେ ରୁମାଲ ବାନ୍ଧି ପୁଲିସ ଲାଠିରେ ପିଟୁ ଥିବା ମଧ୍ୟ ଦେଖିବାକୁ ମିଳିଛି। ଆଉ କିଛି ସ୍ଥାନରେ ଲୋକଙ୍କୁ ପୁଲିସ୍ ଉଠବସ ମଧ୍ୟ କରାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କୁ ରାସ୍ତାରେ ପୁଲିସ୍ ଗଡ଼ିବାକୁ କହି ଶାସ୍ତି ଦେଇଛି।
Currently in Punjab, India if you break the government imposed curfew the police is forcing you to do squats while chanting “We are enemies of society. We cannot sit at home”. #Covid19India #COVID19 pic.twitter.com/zikTjHIFzz
— Gurpreet Singh Dhillon (@gurpreetdhillon) March 24, 2020
ପଶ୍ଚିମବଙ୍ଗର ମାଲଦାରେ ମଧ୍ୟ ଲକ୍ଡାଉନକୁ ଉଲ୍ଲଙ୍ଘନ କରୁଥିବା ଲୋକଙ୍କୁ ପୁଲିସ୍ ଏକାଠି କରି ଉଠବସ କରାଇଛି। ଏହି ସମୟରେ ଉଲ୍ଲଙ୍ଘନକାରୀ “ଆମେ ଦେଶର ଶତ୍ରୁ ଓ ଆମେ ଘରେ ରହିପାରିବୁ ନାହିଁ” ବୋଲି କହୁଥିବା ଶୁଣିବାକୁ ମିଳିଛି।
କେବଳ ପଞ୍ଜାବ କିମ୍ବା ପଶ୍ଚିମବଙ୍ଗ ନୁହେଁ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଉଲ୍ଲଙ୍ଘନକାରୀଙ୍କୁ ପୁଲିସ୍ ରାସ୍ତା ଉପରେ ବିଭିନ୍ନ ଉପାୟରେ ଦଣ୍ଡିତ କରିଛି। ଏପରି କି କିଛି ରାଜ୍ୟରେ ପୁଲିସ୍ ଉଲ୍ଲଙ୍ଘନକାରୀଙ୍କୁ ଗିରଫ ମଧ୍ୟ କରିଛି।