କଂଗ୍ରେସ୍‌ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ୍ ପରେ ଶ୍ରୀକାନ୍ତଙ୍କ ରଣହୁଙ୍କାର

ଗାଁ ଗାଁକୁ ଯାଇ ଜନମତ ଲୋଡ଼ିବି

ଭୁବନେଶ୍ୱର: ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ୍ ପଡିବା ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ରଣହୁଙ୍କାର ଦେଇଛନ୍ତି। ଏହା ସହ ଗାଁକୁ ଯାଇ ଜନମତ ଲୋଡ଼ିବେ ବୋଲି ସେ  କହିଛନ୍ତି। ମୁଁ ଯେଉଁ ପ୍ରସଙ୍ଗ ଉଠାଇଥିଲି, ତାକୁ ନେଇ ଗାଁ ଗଣ୍ଡାକୁ ଯିବି ବୋଲି ଶ୍ରୀକାନ୍ତ କହିଛନ୍ତି।

ସେ କହିଛନ୍ତି,  ଇସ୍ତାହାର କମିଟି ଅଧ୍ୟକ୍ଷ ପରେ ମୁଁ ମୁଖବନ୍ଧ ପ୍ରସ୍ତୁତ କରିଥିଲି। କଂଗ୍ରେସ କ୍ଷମତାକୁ ଆସିଲେ, ଓବିସି ବର୍ଗରୁ ମୁଖ୍ୟମନ୍ତ୍ରୀ ଓ SC/ST ବର୍ଗରୁ ଉପମୁଖ୍ୟମନ୍ତ୍ରୀ ପାଇଁ ମୁଖବନ୍ଧରେ କହିଥିଲି। ଏହା ସହ ଖଣିଜ ସଂପଦ ଲୁଟ୍ କରିଥିବା ମାଫିଆଙ୍କ ସଂପତ୍ତି ବାଜ୍ୟାପ୍ତ କରିବା କଥା କହିଥିଲି।

ତେବେ ଏସବୁ ବାହାରେ କହନ୍ତୁନି ବୋଲି ମୋତେ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଥିଲେ। ଏଥିରେ ଯଦି ଆପଣ ଅରାଜି, ମୋତେ କାଢ଼ି ଦିଅନ୍ତୁ କହିଥିଲି। ଏବେ ମୋତେ କାଢ଼ି ଦେଲେ, ମୁଁ ଖୁସି ଅଛି।

 

 

You might also like