କମେଡିଆନ୍‌ ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ଉଠାଇ ନେଲା NCB

ମୁମ୍ବାଇ(ସୁରେଶ ଦାଶ): କମେଡିଆନ୍‌ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଘରୁ ଉଠାଇ ନେଇଥିବା ସୂଚନା ମିଳିଛି। ପଚରାଉଚରା ପାଇଁ ସେମାନଙ୍କୁ ଏନ୍‌ସିବି ଅଫିସ୍‌‌ ନିଆଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଭାରତୀ ତାଙ୍କ ପ୍ରାଇଭେଟ୍‌ ଗାଡ଼ିରେ ଓ ହର୍ଷ ଏନ୍‌ସିବି ଅଧିକାରୀଙ୍କ ସହ ଗାଡ଼ିରେ ଏନ୍‌ସିବି ଅଫିସ ଯାଇଛନ୍ତି।

ସୂଚନାଥାଉ କି, ଆଜି ସକାଳ ୭ଟାରେ ଏନ୍‌ସିବି ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ରେଡ୍‌ କରିଥିଲା। ରେଡ୍‌ ସମୟରେ ଫୋନ୍‌, ଲାପ୍‌ଟପ୍‌ ଓ କିଛି HardDisk ଜବତ କରାଯାଇଛି। ଏହାସହ ତାଙ୍କ ଘରୁ ଗଞ୍ଜେଇ ମଧ୍ୟ ଜବତ ହୋଇଛି। ତେଣୁ ସେ ଓ ତାଙ୍କ ସ୍ୱାମୀ ଗିରଫ ହୋଇପାରନ୍ତି ବୋଲି ସୂଚନା ମିଳିଛି।

ଗତକାଲି ଅନ୍ଧେରୀରୁ ଜଣେ ଡ୍ରଗ୍ସ ବେପାରୀଙ୍କୁ ଏନ୍‌ସିବି ଗିରଫ ପରେ ଜେରା ସମୟରେ ଭାରତୀ ଓ ହର୍ଷଙ୍କ ନାଁ ସାମ୍ନାକୁ ଆସିଥିଲା ବୋଲି ସୂଚନା ମିଳିଛି।

ପଢ଼ନ୍ତୁ: ସକାଳୁ ସକାଳୁ କମେଡିଆନ୍‌ ଭାରତୀଙ୍କ ଘରେ ରେଡ୍‌

You might also like