ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

କୋରାପୁଟ: କଣ୍ଠରେ ତାଙ୍କର ଯାଦୁ। ସୁମଧୁର ଗୀତ ଗାଇ ସମସ୍ତଙ୍କ ମନ ମୋହି ନେଇଛନ୍ତି କୋରାପୁଟର ଝିଅ ନମିତା। ଏପରିକି କୋରାପୁଟ ଜିଲ୍ଲାପାଳ ମଧ୍ୟ ତାଙ୍କ କଣ୍ଠରେ ମନ୍ତ୍ରମୁଗ୍ଧ। ସେଥିପାଇଁ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।  ଭୁବନେଶ୍ୱରରେ ପାଠ ପଢ଼ିବାର ବ୍ୟବସ୍ଥା କରିଛନ୍ତି।

କୋରାପୁଟ ଉପାନ୍ତ ଅଞ୍ଚଳ ବନ୍ଧୁଗାଁର ଝିଅ ନମିତା ମେଲେକା। ସୁମଧୁର ଗୀତ ଗାଇ  ଏବେ ଚର୍ଚ୍ଚାର ପରିସରରେ। ସୁଲଳିତ ଗୀତ ପାଇଁ ଚିନ୍ତାଗୁଡି ଗାଁର ଆଦିବାସୀ ଝିଅ ନମିତା ମେଲକାଙ୍କୁ ଛୁଟୁଛି ଏବେ ଶୁଭେଚ୍ଛାର ସୁଅ। ସୋସିଆଲ ମିଡିଆରେ ତାଙ୍କର ଦୁଇଟି ଗୀତ ଭାଇରାଲ ହେବା ପରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ନମିତାକୁ ସାହାଯ୍ୟର ହାତ ବଢ଼ାଇଛନ୍ତି।

ପରିବାରର ଆର୍ଥିକ ପରିସ୍ଥିତିକୁ ଆଖିରେ ରଖି ଝିଅ ନମିତାକୁ ସଙ୍ଗୀତ ସାଧନା କରିବା କ୍ଷେତ୍ରରେ ସହଯୋଗ କରିବା ସହ ପରିବାରର ଜୀବନ ଜୀବିକାରେ ସାମୟିକ ସାହାଯ୍ୟ ଭାବରେ ଜିଲ୍ଲା ପ୍ରଶାସନ ତରଫରୁ ୨୦ ହଜାର ଟଙ୍କା ଦିଆଯାଇଛି।  ଦଶମ ଶ୍ରେଣୀର ଛାତ୍ରୀ ନିଜ ବିଦ୍ୟାଳୟରୁ ଆରମ୍ଭ କରି ସରଗିଫୁଲ ଭଳି ରାଜ୍ୟସ୍ତରୀୟ ମଞ୍ଚରେ ନିଜ ସଙ୍ଗୀତ କଳାର ପ୍ରତିଭାକୁ ଉପସ୍ଥାପନ କରି ପୁରସ୍କୃତ ତଥା ପ୍ରଶଂସିତ ହୋଇଛନ୍ତି।

ଏହି ପ୍ରତିଭାକୁ ଦେଖି ନମିତାକୁ ଭୁବନେଶ୍ୱର ସ୍ଥିତ ଆଦିବାସୀ ବିଦ୍ୟାଳୟରେ ରଖି ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢ଼ିବାର ସ୍ବପ୍ନକୁ ସାକାର କରିବା ଦିଗରେ ତାକୁ ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

 

ଆହୁରି ପଢ଼ନ୍ତୁ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ରାସ୍ତା କଡର ମଣିଷଙ୍କୁ ଖିଅର କରୁଛନ୍ତି, ଗାଧୋଇ ଦେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

You might also like