ରାଣୀହାଟ ମାଳିସାହିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଭାବେ ଘୋଷଣା କଲା CMC

କଟକ: କଟକ ମହାନଗର ନିଗମ ରାଣୀହାଟ ମାଳିସାହିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଭାବେ ଘୋଷଣା କରିଛି। ଏହି ଅଞ୍ଚଳରୁ କିଛି କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ CMC ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଗାଡ଼ି ଚଳାଚଳ ମନା କରାଯାଇଥିବା ବେଳେ ଘରୁ କେହି ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

cuttack

cuttack

ସୂଚନାଯୋଗ୍ୟ, କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଳାଗିଛି।  ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୦୯ଜଣ ସୁସ୍ଥ ହୋଇଥିବାବେଳେ ୨୦୦ଜଣ ଚିକିତ୍ସାଧୀନ ଅଛନ୍ତି। ୪ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଆଉ ୨ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ମୃତ୍ୟୁ କରୋନା ଜନିତ ନୁହେଁ ଅନ୍ୟ କାରଣରୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

You might also like