ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଅଭିଯାନ

ସୁନ୍ଦରଗଡ଼( ବିଜୟ ବରୁଆ) : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ରେ ପ୍ରଚାର କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସୁନ୍ଦରଗଡ଼ ସଦର ନିର୍ବାଚନ  ମଣ୍ଡଳୀର ହେମଗିରି ଠାରେ ପ୍ରଥମେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ IGH ହସ୍ପିଟାଲ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ।

ଏଥି ସହ ସେ ବିଜେଡିର ଲୋକସଭା ପ୍ରାର୍ଥୀ ସୁନୀତା ବିଶ୍ୱାଳ ଏବଂ ସ୍ଥାନୀୟ ବିଧାସଭା ପ୍ରାର୍ଥୀ ଯୋଗେଶ ସିଂଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି।

ସେହିପରି ରାଉରକେଲା ଏବଂ ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରୋଡ଼ ଶୋ କରିବେ ମୁଖ୍ୟମନ୍ତ୍ରୀ।

You might also like