ବାଲ୍ୟ ବିବାହ ଚାଲିଥିବା ବେଳେ ନାବାଳିକା ଉଦ୍ଧାର

ବର ଏବଂ ବରପିତାକୁ ଗିରଫ କଲା ପୁଲିସ୍‌

ଝାରସୁଗୁଡ଼ା : ଝାରସୁଗୁଡ଼ାର ଝାଡ଼େଶ୍ୱର ମନ୍ଦିରରେ ବାଲ୍ୟ ବିବାହ ଚାଲିଥିବା ବେଳେ ପୁଲିସ୍‌ ଜଣେ ନାବାଳିକାକୁ ଉଦ୍ଧାର କରିଛି। ଏହା ସହିତ ବର ଏବଂ ବରପିତାକୁ ଗରିଫ କରିଛି। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଆଜି ସିଡବ୍ଲୁସି, ଚାଉଲ୍ଡ ଲାଇନ ଓ ପୁଲିସ୍‌ ଝାଡ଼େଶ୍ୱର ମନ୍ଦିରରେ ଆସି ପହଞ୍ଚିଥିଲେ।

ସେଠାରେ ଖୋଳତାଡ଼ କରିବା ବେଳେ ବରଘର ଲୋକେ ଏହା ବିବାହ ନୁହେଁ ବର ପିନ୍ଧାଣି ବୋଲି କହିଥିଲେ। କିନ୍ତୁ ପରେ ମନ୍ଦିର ପୂଜକଙ୍କ ଠାରୁ କାଟିଥିବା ରସିଦ୍‌ରୁ ଏହା ବାହାଘର ବୋଲି ଜଣାପଡ଼ିଥିଲା। ବର୍ତ୍ତମାନ ପୁଲିସ୍‌ ଘଟଣାସ୍ଥଳରୁ ଉଭୟ କନ୍ୟା ଏବଂ ବରଘରର ଲୋକଙ୍କୁ ଗିରଫ କରି ତଦନ୍ତ କରୁଛି।

You might also like