• translate
Odishatv Bureau

ରାୟପୁର: ଛତିଶଗଡ଼ର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ବଳରାମଜୀ ଦାସ ଟଣ୍ଡନ୍‌ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ହସ୍ପିଟାଲ୍‌ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କୁ ନିକଟସ୍ଥ ଭୀମ୍‌ରାଓ ଆମ୍ବେଦକର ସ୍ମାରକୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।  ସେଠାରେ ତାଙ୍କୁ ଆଇସିୟୁରେ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହୋଇ ଆଜି  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ରାଜଭବନ ପକ୍ଷରୁ କୁହାଯାଇଛି।

ଜନସଂଘର ଅନ୍ୟତମ ପ୍ରତିଷ୍ଠାତା ଭାବେ ଟଣ୍ଡନ୍‌ ଜଣାଶୁଣା ଥିଲେ। ପରବର୍ତ୍ତୀ ଅବସ୍ଥାରେ ଜନସଂଘ ଭାରତୀୟ ଜନତା ପାର୍ଟିରେ ରୂପାନ୍ତରିତ ହୋଇଥିଲା।

୨୦୧୪ ଜୁଲାଇରେ ଟଣ୍ଡନ୍‌ଙ୍କୁ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ଦୀର୍ଘଦିନର ରାଜନୀତିକ କ୍ୟାରିଅର ମଧ୍ୟରେ ଟଣ୍ଡନ୍‌ ଅନେକ ପଦପଦବୀରେ ରହିଥିଲେ। ୬ ଥର ବିଧାୟକ ହୋଇଥିବା ଟଣ୍ଡନ୍‌ ଜରୁରୀକାଳୀନ ପରିସ୍ଥିତି ସମୟରେ ୧୯୭୫ରୁ ୧୯୭୭ ଯାଏ ଜେଲ୍‌ରେ ରହିଥିଲେ।

ଟଣ୍ଡନ୍‌ଙ୍କ ମୃତ୍ୟୁରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣସିଂ  ୭ ଦିନିଆ ଶୋକ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଟଣ୍ଡନଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ ପରେ ତାଙ୍କ ମରଶରୀରକୁ ତାଙ୍କ ଜନ୍ମସ୍ଥାନ ଚଣ୍ଡିଗଡ଼ ପଠାଯିବ।

Other Stories