ନାଳସଫା କରି ପାଠ ପଢ଼ା ଅର୍ଥ ସଂଗ୍ରହ କରୁଥିଲେ ଛାତ୍ର, ସହାୟତାର ହାତ ବଢ଼ାଇଲେ ପୋଲିସ ଅଧିକାରୀ

ନୂଆଦିଲ୍ଲୀ: ଦେଶ ବିକାଶ ପଥରେ ଅଗ୍ରସର ହେଉଛି। ଟେକନିକ୍‌‌ଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ପର୍ଯ୍ୟନ୍ତ ସବୁଥିରେ ଦେଶ ଆଗକୁ ବଢୁଛି। ଏହା ସତ୍ତ୍ୱେ ଦେଶରୁ ଗରିବି ହଟୁନି। ଖଟିଖିଆ ମଣିଷଙ୍କ ଦୁର୍ଦ୍ଦିନ ହଟୁନି। ନିଜର ଆବଶ୍ୟକତା ପୂରଣ ପାଇଁ ସଂଘର୍ଷର ଅନ୍ତ ହେଉନି। ଜଣେ ୧୬ ବର୍ଷର ପିଲାର ଜୀବନର ସଂଘର୍ଷର କାହାଣୀ ଶୁଣିଲେ ଆପଣ ବି ଏହି ସତ୍ୟକୁ ଉପଲବ୍ଧ କରିପାରିବେ।

ଚେନ୍ନାଇର ୧୬ ବର୍ଷର ଗରିବ ପିଲାଟିଏ। ନାଁ ତାର ଏଲ.ସାମୁଏଲ। ସ୍ଥାନୀୟ ଆରଆର ନଗରରେ ରୁହେ। ପାଠ ପଢ଼ିବା ପାଇଁ ମନରେ ଅଦମ୍ୟ ଇଚ୍ଛା। ହେଲେ ଏହି ମେଧାବୀ ଛାତ୍ରର ପାଠପଢାରେ ବାଧକ ସାଜିଛି ଦାରିଦ୍ର‌୍ୟ। ହେଲେ ପିଲାଟିର ଇଚ୍ଛାଶକ୍ତି ପାଖରେ ହାର ମାନିଥିଲା ଦାରିଦ୍ର‌୍ୟ। ନିଜର ସ୍ୱପ୍ନ ପୂରଣ କରିବା ପାଇଁ ପିଲାଟି ପାଠ ପଢିବା ଜାରି ରଖିଥିଲା। ପାଠ ପଢିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ କରିବା ପାଇଁ ନାଳ ସଫା କାମ କରିବାକୁ ଲାଗିଲା।

ଦଶମ ପାସ୍‌ କରିବା ପରେ ପିଲାଟି ଅଧିକ ପଢିବା ପାଇଁ ଅନଲାଇନ କ୍ଲାସ କରିବା ପାଇଁ ତା’ ପାଖରେ ସ୍ମାର୍ଟଫୋନ ନାହିଁ। ତେଣୁ ପାଠପଢା ଜାରି ରଖିବା ପାଇଁ ନାଳ ସଫା କରିବାକୁ ଲାଗିଲା। ତେବେ ଏକଥା ମଧ୍ୟ ଆମକୁ ସ୍ୱୀକାର କରିବାକୁ ହେବ ଯେ, ଏଠି ଭଲ ଲୋକଙ୍କର ମଧ୍ୟ ଅଭାବ ନାହିଁ। ସାମୁଏଲକୁ ସହାୟତାର ହାତ ବଢାଇଛନ୍ତି ୨ ଜଣ ପୋଲିସ ଅଧିକାରୀ। ୨ ଜଣ ମିଶି ପିଲାଟିକୁ ୨ଟି ଟାବ ଦେଇଛନ୍ତି ଯାହାଦ୍ୱାରା ପିଲାଟି ଅନ୍‌ ଲାଇନ୍‌ କ୍ଲାସ କରିବ।

ଏହା ସହିତ ଡନ୍ ବସ୍‌‌କୋ ସ୍କୁଲରେ ସ୍କଲାରସିପ୍‌ ସହ ପିଲାଟିର ଆଡମିସନ୍‌ କରାଯାଇଛି। ସେତିକି ନୁହେଁ, ସାମୁଏଲର ଭଉଣୀ ମଧ୍ୟ ଅତ୍ୟନ୍ତ ମେଧାବୀ। ହେଲେ ଅର୍ଥାଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିଲା। ଏହା ଜାଣିବା ପରେ ସାମୁଏଲ ଭଉଣୀର NEET କୋଚିଂରେ କରାଯାଇଛି। ତାର ମଧ୍ୟ ଡାକ୍ତର ହେବାର ସ୍ୱପ୍ନ ରହିଛି ଏବଂ ତାକୁ ପୂରଣ କରିବା ପାଇଁ ସହାୟତାର ହାତ ବଢାଇଛନ୍ତି।

ଆହୁରି ପଢ଼ନ୍ତୁ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଏଥର କଟକରେ ହେବନି ବାଲିଯାତ୍ରା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ….

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

ଷ୍ଟାଟସ୍‌ ନୁହେଁ ଧମକ୍‌କୁ ଦେଖି ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦେବା ଉଚିତ-ସୁପ୍ରମକୋର୍ଟ

କୋଲ୍ ସ୍କାମ୍‌ରେ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି; ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ

You might also like