“କରୋନା ହେଲମେଟ” ପିନ୍ଧି ସଚେତନତା ସୃଷ୍ଟି କଲେ ପୁଲିସ ଅଧିକାରୀ

ଚେନ୍ନାଇ: ମହାମାରୀ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚେନ୍ନାଇର ଜଣେ ପୁଲିସ ଅଧିକାରୀ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଜଣେ ସ୍ଥାନୀୟ କଳାକାରଙ୍କ ସହଯୋଗରେ ପୁଲିସ ଅଧିକାରୀ ଜଣଙ୍କ ଏକ ହେଲମେଟ ତିଆରି କରିଛନ୍ତି। ଏହି ହେଲମେଟର ନାଁ ସେ “କରୋନା ହେଲମେଟ” ରଖିଛନ୍ତି।

ଦେଶରେ ଯେପରି କରୋନା ଭାଇରସ ସଂକ୍ରମଣ ନ ବ୍ୟାପେ ଓ ଏହାର ମୁକାବିଲା ଲାଗି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ 21 ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି। ହେଲେ କିଛି ଲୋକ ଏହାକୁ ମାନୁ ନଥିବା ଦେଖିବାକୁ ମିଳିଛି।

ଏନେଇ ପୁଲିସ ଅଧିକାରୀ ଗୌଥମ କହିଛନ୍ତି,  ସାଧାରଣ ଜନତା COVID-19 ପରିସ୍ଥିତିକୁ ଗୁରୁତ୍ୱର ସହ ନେଉ ନାହାନ୍ତି। ଯଦି ଲୋକମାନେ ଘର ଭିତରେ ରୁହନ୍ତେ ଓ ବାହାରକୁ ନ ବାହାରନ୍ତେ ତା’ହେଲେ ଏହି ଭାଇରସ ସଂକ୍ରମଣକୁ ରୋକା ଯାଇପାରିବ।

ସେ ଆହୁରି ମଧ୍ୟ କହିଛନ୍ତି, ” ଏଭଳି ସ୍ଥିତିରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି କିଛି ପ୍ରୟାସ ଆରମ୍ଭ କରିବା ମୁଁ ପାଇଁ ଚିନ୍ତା କରିଥିଲି। ଏଥିପାଇଁ ମୁଁ ଏକ ଭଙ୍ଗା ହେଲମେଟ ଏବଂ କାଗଜର ବ୍ୟବହାର କରି ଜଣେ ସ୍ଥାନୀୟ କଳାକାରଙ୍କ ସହଯୋଗରେ ଏହି ହେଲମେଟ ତିଆରି କରିଥିଲି। ଏହାସହ କିଛି ସ୍ଲୋଗାନ ଲେଖି ପ୍ଲାକାର୍ଡ ମଧ୍ୟ ପ୍ରସ୍ତୁତ କରିଥିଲେ।

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

You might also like