ଆମାଜନ, ଫ୍ଲିପକାର୍ଟ ଭଳି କମ୍ପାନୀରୁ ଏବେ ଅନଲାଇନରେ ଅର୍ଡ଼ର କରିପାରିବେନି ଟିଭି, ଫ୍ରିଜ…

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଜରୁରୀ ସେବା ବ୍ୟତୀତ ଆଉ କିଛି ସେବା ଆରମ୍ଭ ହେବାକୁ ଯାଉଛି। ହେଲେ ଇ-କମର୍ସ କମ୍ପାନୀ ଆମାଜନ, ଫ୍ଲିପକାର୍ଟ, ସ୍ନାପଡିଲ ଆଦି କମ୍ପାନୀ ଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି।

ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ଅବଧି ମେ’ ୩ ଯାଏ ବୃଦ୍ଧି କରିଛନ୍ତି। ପ୍ରାଥମିକ ଭାବରେ ଇ-କମର୍ସ କମ୍ପାନୀ ମାନେ ଅନ୍ୟାନ୍ୟ ସାମଗ୍ରୀ ଯେପରିକି ମୋବାଇଲ ଫୋନ, ଫ୍ରିଜ, ଟିଭି, କପଡା, ଲାପଟପ ଇତ୍ୟାଦି ବିକ୍ରି କରିପାରିବେ ବୋଲି ଜଣାପଡ଼ିଥିଲା। ହେଲେ ରବିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବ ଅଜୟ ଭଲ୍ଲା ସମସ୍ତ ଦ୍ୱନ୍ଦ୍ୱ ଦୂର କରିଛନ୍ତି। ଇ-କମର୍ସ କମ୍ପାନୀ ଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ଯେଉଁସ୍ଥାନରେ କରୋନା ସଂକ୍ରମଣ ଆଶଙ୍କା କମ୍ ଏବଂ ସ୍ଥିତି ସ୍ୱାଭାବିକ ରହିଥିବ ସେହି ସବୁ ସ୍ଥାନରେ କାଲିଠୁ ଜରୁରୀ ସେବା ବ୍ୟତୀତ ବିଭିନ୍ନ ସେବା ଆରମ୍ଭ ହେବ ବୋଲି ଗୃହ ମନ୍ତ୍ରଣାଳୟ କହିଛି।

You might also like