ଜ୍ୟୋତିର୍ବିଦ୍‌ଙ୍କ ମତରେ ଚନ୍ଦ୍ରଗ୍ରହଣ ନୀତି; ଜାଣନ୍ତୁ କେତେବେଳେ ପାକତ୍ୟାଗ, କେତେବେଳେ ସର୍ବମୋକ୍ଷ?

ପୁରୀ: ଆସନ୍ତାକାଲି ଅାଷାଢ ମାସ ପୂର୍ଣ୍ଣିମା ତିଥି, ଗୁରୁପୂର୍ଣ୍ଣିମା। ଜ୍ୟୋତିଷୀଙ୍କ ମତରେ ଏହା କେତୁୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ଏହି ଚନ୍ଦ୍ରଗ୍ରହଣ ସବୁଠାରୁ ଅଧିକ ସମୟ ଅର୍ଥାତ୍  ପ୍ରାୟ ୩ଘଣ୍ଟା ୫୬ମିନିଟି ଦୃଶ୍ୟମାନ ହେବ । ଗ୍ରହଣ ଅାରମ୍ଭ ରାତ୍ର ୧୧ଟା ୫୩ ମିନିଟ ୪୮ ସେକେଣ୍ଡ ଥିବା ବେଳେ ସର୍ବ ମୋକ୍ଷ ରାତ୍ର ୩ଟା୪୯ ମିନିଟ ୩ ସେକେଣ୍ଡ ରହିଛି। ଅପରାହ୍ନ ଦିବା ୨ଟା ୫୪ ମିନିଟ୍‌ରେ ପାକତ୍ୟାଗ କରାଯିବା ସହ ଅନ୍ନ ଭୋଜନ ଏବଂ ଦେବନୀତ ନିଷେଧ ବୋଲି ଜ୍ୟୋତିର୍ବିଦ  ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି।

ଡ. ଦାଶଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ୬ଟା ୫୫ମିନିଟରେ ଚନ୍ଦ୍ର ଉଦୟ ହେବେ। ରାତ୍ର ୧୧ଟା ୫୩ ମିନିଟ ୪୮ ସେକେଣ୍ଡରେ ଗ୍ରହଣ ଅାରମ୍ଭ ହେବ ଏବଂ  ଗ୍ରହଣ ସର୍ବ ମୋକ୍ଷ ରାତ୍ର ୩ଟା୪୯ ମିନିଟି ୩ ସେକେଣ୍ଡ । ଗ୍ରହଣ ଅାରମ୍ଭର ୯ଘଣ୍ଟାପୂର୍ବରୁ ଅପରାହ୍ନ ଦିବା ୨ଟା ୫୪ ମିନିଟରେ ପାକତ୍ୟାଗ ସହ ଅନ୍ନ ଭୋଜନ ଏବଂ ଦେବନୀତି ନିଷେଧ । ମେଷ, ବୃଷ, ମିଥୁନ, କର୍କଟ, ମକର, କୁମ୍ଭ ରାଶି ବ୍ୟକ୍ତିବିଶେଷ ମାନଙ୍କର ଗ୍ରହଣ ଦର୍ଶନ ଅଶୁଭ ଏବଂ ଅନ୍ୟ ରାଶି ଗ୍ରହଣ ଦର୍ଶନ କରିପାରିବେ। ଉଲ୍ଲେଖଯୋଗ୍ୟ ଯେ, ଚନ୍ଦ୍ରଗ୍ରହଣ ଦର୍ଶନରେ ଶୁଭ ଅଶୁଭ ନେଇ ଜ୍ୟୋତିଷଶାସ୍ତ୍ରର ଏହି ପରାମର୍ଶକୁ ବୈଜ୍ଞାନିକମାନେ ଗ୍ରହଣ କରିନାହାନ୍ତି।

You might also like