୮ ଟୁଇଟର ଆକାଉଣ୍ଟକୁ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୁଜବ ଓ ଫେକ୍  ନ୍ୟୁଜ ପୋଷ୍ଟ କରୁଥିବା ୮ଟି ଆକାଉଣ୍ଟକୁ ହଟାଇ ଦେବା ପାଇଁ ଟୁଇଟରକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପ୍ରରୋଚନାରେ ଏହି ଆକାଉଣ୍ଟଗୁଡିକୁ ପରିଚାଳିତ କରାଯାଉଥିବା  ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଜାମ୍ମୁ ଓ କାଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି ଉଦ୍ଦେଶ୍ୟରେ ଏପରି କରାଯାଉଥିବା ଗୃହ ସଚିବ ରାଜୀବ ଗୌବା କହିଛନ୍ତି।

ସେହିପରି ଏହି ଟୁଇଟର ଆକାଉଣ୍ଟଗୁଡିକ ଜମ୍ମୁ ଓ କାଶ୍ମୀରର କୌଣସି ବ୍ୟକ୍ତିଙ୍କର ନୁହେଁ ବୋଲି ପୁଲିସ ସ୍ପଷ୍ଟ କରିଛି । ଅନ୍ୟପକ୍ଷରେ ସୋଶାଲ ମିଡିଆରେ ପ୍ରଚାର କରାଯାଉଥିବା ଗୁଜବରେ ବିଶ୍ୱାସ ନକରିବା ଲାଗି ସିଆରପିଏଫ୍, ଜମ୍ମୁ ଓ କାଶ୍ମୀର ପୋଲିସ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିଙ୍କ ତରଫରୁ ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି।

ଏପଟେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରର ୭ ଦିନ ପରେ ବି ଶ୍ରୀନଗର ସମେତ ଅନ୍ୟ ଅଞ୍ଚଳରେ କଟକଣା ଜାରି ରହିଛି। ଶ୍ରୀନଗରରେ ଦୋକାନ ବଜାର ବନ୍ଦ ଥିବା ବେଳେ ଅଧିକାଂଶ ଅଞ୍ଚଳରେ ଧାରା ୧୪୪ ବଳବତ୍ତର ରହିଛି । ସେହିପରି ଟେଲିଫୋନ ଓ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି ।

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର୍ସ ଡେ’ରେ ଇଞ୍ଜିନିୟରଙ୍କୁ ପିଟିପିଟି ମାରିଦେଲେ

ରାଗିଗଲେ ସାର୍‌; ଛାତ୍ରଛାତ୍ରୀଙ୍କଠାରୁ ଛଡ଼ାଇ ଆଣି ହାତୁଡ଼ିରେ ପିଟି ଭାଙ୍ଗିଦେଲେ ୧୬ ମୋବାଇଲ୍

ଏକଚାଟିଆ ନିଷ୍ପତ୍ତି କେବେ ବି ସଂଘୀୟ ନୀତି ପ୍ରତି ଭଲ ନୁହଁ: ମନମୋହନ ସିଂହ

ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ ; ନିସ୍ତୁକ ପିଟିଲେ ଲୋକେ

ଗିରଫ ହୋଇପାରନ୍ତି ପୂର୍ବତନ ପୁଲିସ କମିଶନର ରାଜୀବ କୁମାର!

ନେତାଙ୍କୁ କଣ ଆଇନ୍ ମାଫ୍ ? ଲୋକସେବା ଭବନରେ ନୂଆ ଟ୍ରାଫିକ୍ ନିୟମକୁ ଫୁ

ପୁଲିସ ହେବ ତ ଏମିତି ; ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ପହଞ୍ଚାଇଲେ ଏସ୍‌ପି

ବିଲରୁ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ଏୟାରସେଲ-ମ୍ୟାକ୍ସିସ୍ କେସ୍‌ର ଶୁଣାଣି

ପରଲୋକରେ ଜିମ୍ବାୱେ ପ୍ରତିଷ୍ଠାତା ରବର୍ଟ ମୁଗାବେ

ଦଇତାପତି ନିଯୋଗର ନିବେଦନ-‘ସହମତି ଭିତ୍ତିରେ ଉଚ୍ଛେଦ କରାଯାଉ’,

ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

You might also like