ନୂଆଦିଲ୍ଲୀ: ଦେଶରେ ସଡକ ଦୁର୍ଘଟଣା କମିବ। ଏ ନେଇ  ଆସନ୍ତା ୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୫୦ ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ।

ସଡ଼କ ସୁରକ୍ଷା ପାଇଁ ମନ୍ତ୍ରଣାଳୟ ୪ E ଫର୍ମୁଲା ଆପଣାଇବାକୁ ଯାଉଛି । ଏଗୁଡ଼ିକ ହେଲା ଇଂଜିନିୟରିଂ, ଇକୋନୋମି, ଏନ୍‌ଫୋର୍ସମେଣ୍ଟ ଓ ଏଜୁକେସନ ରୋଡ୍।  ଇଂଜିନିୟରିଂରେ ତ୍ରୁଟି ଯୋଗୁ ୫୦ ପ୍ରତିଶତ ଦୁର୍ଘଟଣା ଘଟୁଛି । ରାସ୍ତା ନିର୍ମାଣ ବେଳେ ଖର୍ଚ୍ଚ କମାଇବା ମାନସିକତା ଯୋଗୁ ଅନେକ ବ୍ଲାକ୍ ସ୍ପଟ୍ ସୃଷ୍ଟି ହେଉଥିବା ଗଡ଼କରୀ କହିଛନ୍ତି ।

ବ୍ଲାକ୍ ସ୍ପଟ ଯୋଗୁ ୧୫ରୁ ୨୦ ପ୍ରତିଶତ ଦୁର୍ଘଟଣା ଘଟୁଥିବା ବେଳେ ଅଟୋମୋବାଇଲ୍ ଇଂଜିନିୟରିଂରେ ତ୍ରୁଟି ଯୋଗୁ ୧୦ରୁ ୧୫ ପ୍ରତିଶତ ଦୁର୍ଘଟଣା ଘଟୁଛି । FICCI ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଗଡ଼କରୀ। ରାଜ୍ୟ, ଜିଲ୍ଲା ଓ ସହରରେ ଥିବା ବ୍ଲାକ୍ ସ୍ପଟକୁ ଚିହ୍ନଟ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବ୍ଲାକ୍ ସ୍ପଟ ହଟାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟ, NHAI ଓ ବିଭିନ୍ନ ଭାଗିଦାରଙ୍କ ପାଇଁ ୧୪ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Other Stories