କରୋନା ଲଢ଼େଇ ପାଇଁ ରାଜ୍ୟକୁ କେନ୍ଦ୍ରର ସହାୟତା

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଲଢ଼େଇ ପାଇଁ ରାଜ୍ୟମାନଙ୍କୁ ସହାୟତା ନେଇ କେନ୍ଦ୍ର ଘୋଷଣା କରିଛି। ରାଜ୍ୟମାନଙ୍କ ପାଇଁ ପ୍ରାୟ ୧୭ ହଜାର ୨୮୭ କୋଟି ଟଙ୍କାର ଆର୍ଥିକ ଅନୁଦାନ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।

ମହାମାରୀ କରୋନା ଏବଂ ଏହାର ପରବର୍ତ୍ତୀ ମୁକାବିଲା ପାଇଁ ଏହି ଅନୁଦାନ ଘୋଷଣା କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି।

ରାଜସ୍ବ ନିଅଣ୍ଟ ଅନୁଦାନ ବାବଦରେ ୧୪ ଟି ରାଜ୍ୟକୁ ପ୍ରାୟ ୬ ହଜାର ୧୯୫ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଏହି ଆର୍ଥିକ ଅନୁଦାନ ମଧ୍ୟରୁ ଓଡ଼ିଶାକୁ ୮ ଶହ ୨ କୋଟି ଟଙ୍କା ମିଳିବ।

ଆନ୍ଧ୍ରପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ, ତାମିଲନାଡୁ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଏହି ଆର୍ଥିକ ସହାୟତା ମିଳିବ।

୧୫ ତମ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ, ଏହି ସହାୟତା ପ୍ରଦାନ କରାଯାଉଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

ଏଥିସହ ବାକି ୧୧ ହଜାର ୯୨ କୋଟି ଟଙ୍କା SDRMFର କେନ୍ଦ୍ରୀୟ ଭାଗ ପ୍ରଥମ କିସ୍ତି ବାବଦକୁ ସମସ୍ତ ରାଜ୍ୟ ପାଇଁ ଘୋଷଣା କରାଯାଇଛି।

ଏହି SDRMF ବାବଦକୁ ଦିଆଯାଉଥିବା ଅନୁଦାନ ଅଧୀନରେ ଓଡ଼ିଶାର ୮ଶହ ୨ କୋଟି ଟଙ୍କା ରହିଛି।

You might also like