କୋଭିଡ୍-୧୯ ଜରୁରୀକାଳୀନ ପ୍ୟାକେଜକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ: କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର, Emergency Response ଓ Health System Preparedness ପ୍ୟାକେଜକୁ ଅନୁମୋଦନ ଦେଇଛନ୍ତି।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ଆଣିବା ଲାଗି କେନ୍ଦ୍ର ସରକାର ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏହି ଆର୍ଥିକ ପ୍ୟାକଜରେ ହସ୍ପିଟାଲର ଉପକରଣ, ଲାବ୍ରୋଟୋରୀ ପ୍ରତିଷ୍ଠା ଇତ୍ୟାଦି କରାଯିବ।

ତିନୋଟି ପର୍ଯ୍ୟାୟରେ କେନ୍ଦ୍ର ଏହି ଟଙ୍କା ଦେବ। ଜାନୁଆରୀ ୨୦୨୦ରୁ ଜୁନ୍ ୨୦୨୦ ପ୍ରଥମ ପର୍ଯ୍ୟାୟ ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୨୦୨୦ରୁ ମାର୍ଚ୍ଚ ୨୦୨୧ ଏବଂ ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୪ ରହିଛି।

ଜାନୁଆରୀ ୨୦୨୦ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ଏହା ତିନୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ କୋଭିଡ-୧୯ ହସ୍ପିଟାଲର ବିକାଶ ହେବ। ଏଥିସହ ଆଇସୋଲେଶନ ଓ୍ୱାର୍ଡ, ଭେଣ୍ଟିଲେଟର ସହିତ ଆଇସିୟୁ, ଡାକ୍ତରଖାନାରେ ଅକ୍ସିଜେନ ଯୋଗାଣ ଇତ୍ୟାଦି କରାଯିବ।

You might also like