ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ଏୟାରସେଲ-ମ୍ୟାକ୍ସିସ୍ କେସ୍‌ର ଶୁଣାଣି

ନୂଆଦିଲ୍ଲୀ: ଏୟାରସେଲ-ମ୍ୟାକ୍ସିସ୍ କେସର ଶୁଣାଣିକୁ ଆଜି ଦିଲ୍ଲୀ କୋର୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଏହି ଦୁର୍ନୀତି ମାମଲାରେ ବର୍ତ୍ତମାନ ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ନାଁ ରହିଛି।

ତେବେ ତଦନ୍ତକାରୀ ସଂସ୍ଥା ତାରିଖ ପରେ ତାରିଖ ମାଗି ଚାଲିଥିବାରୁ ଆଜି ଶୁଣାଣି ବେଳେ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ। ଏହାପରେ କୋର୍ଟ ମାମଲାର ଶୁଣାଣିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ।

କୋର୍ଟ କହିଥିଲେ, “ ଏହି ମାମଲାର ଶୁଣାଣି ବେଳେ ସରକାରୀ ଓକିଲ ତାରିଖ ପରେ ତାରିଖ ମାଗି ଚାଲିଛନ୍ତି। କିନ୍ତୁ ଆଗକୁ ଆଉ ତାରିଖ ଦିଆଯିବ ନାହିଁ। ଯେଉଁଦିନ ତଦନ୍ତକାରୀ ସଂସ୍ଥା ପୂର୍ଣ୍ଣ ଭାବେ ତଦନ୍ତ ଶେଷ କରି ସାରିବ, ତା’ପରେ ଯାଇ କୋର୍ଟଙ୍କୁ ବିଚାର ପାଇଁ ତାରିଖ ମାଗିବ।” ଏହି ଏୟାରସେଲ ମ୍ୟାକ୍ସିସ୍‌ ମାମଲାର ତଦନ୍ତ ଉଭୟ ଇଡି ଏବଂ ସିବିଆଇ କରୁଛନ୍ତି।

ଆଜି ଶୁଣାଣି ବେଳେ ସିବିଆଇ ଓକିଲ ନୀତେଶ ରାଣା ଓ ଇଡି ଓକିଲ ତଥା ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ଅକ୍ଟୋବର ପ୍ରଥମ ସପ୍ତାହ ଯାଏ ମାମଲାର ଶୁଣାଣିକୁ ସ୍ଥଗିତ ରଖିବାକୁ ନିବେଦନ କରିଥିଲେ। ହେଲେ କୋର୍ଟ ତଦନ୍ତ ସରିବା ପରେ ହିଁ ଯାଇ ପରବର୍ତ୍ତୀ ତାରିଖ ଘୋଷଣା କରାଯିବ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ

ବୃଦ୍ଧ ଦମ୍ପତିଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ଭିଜିଲାନ୍ସ ସ୍କାନରରେ ଅଧ୍ୟାପକ

Corona Update In Odisha: ଆଜି ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଗୋଟିଏ ବଳଦ ପାଇଁ ସଡ଼ୁକୁ ପିଟିପିଟି ମାରିଦେଲା ସଡ଼ୁ

ଭାଇ ଓ ଭଉଣୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଭାସିଗଲା ଦେଢ କିଲୋ ସୁନା

କରୋନା ସଂକ୍ରମଣ ରୋକିବାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚିନ୍ତାଜନକ ତଥ୍ୟ

ଆସିଗଲା ମେଡ୍‌ ରୋବୋ: ଆଉ ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବେନି ଡାକ୍ତର

ଫେରୁଛି ଚେନ୍ନାଇର ଚମକ, ହାଇଦ୍ରାବାଦକୁ ହରାଇ ତୃତୀୟ ଥର ବିଜୟ ହାସଲ କଲା ଧୋନି ବାହିନୀ

ଗୋଟେ ଘଣ୍ଟାରେ ୩୩ପ୍ରକାର ଖାଦ୍ୟ କରି ରେକର୍ଡ କଲେ ୧୦ବର୍ଷର ଝିଅ

You might also like