ଅଟୋକୁ ଧକ୍କା ଦେଇ ନଦୀକୁ ଖସି ପଡ଼ିଲା କାର୍, ଦେଖନ୍ତୁ ଭିଡ଼ିଓ
ଭୋପାଲ: ମଧ୍ୟପ୍ରଦେଶ ଓର୍ଚ୍ଛାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋକୁ ଧକ୍କା ଦେଇ ନଦୀଗର୍ଭକୁ ଖସିପଡିଛି ଏକ କାର୍ । ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାଟି ଫିଲ୍ମ ଷ୍ଟାଇଲ୍ରେ ଘଟିଛି ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଦ୍ରୁତଗତିରେ ଆସୁଥିଲା ଏକ୍ କାର୍। ଏକ ବ୍ରିଜ୍ ଉପରେ ବିପରୀତ ଦିଗକୁ ଆସୁଥିବା ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଛି ଆଉ ତା ପରେ ବ୍ରିଜ୍ରେ ପିଟି ହୋଇ ନଦୀ ତଳକୁ ଖସି ପଡ଼ୁଛି । ଭିଡିଓରେ ଦେଖିବାକୁ ମିଳିଛି, ଅଟୋରେ ଯାତ୍ରୀ ଭରପୁର ଅଛନ୍ତି।
ଅଟୋକୁ କାର୍ଟି ଧକ୍କା ଦେବା ପରେ ଅଟୋ ପଛରେ ଏକ ବାଇକ ମଧ୍ୟ ଆସୁଥିଲା, ଯାହା ଅଟୋ ପଛରେ ପିଟି ହୋଇ ଯାଇଥିଲା। ତେବେ ଅଟୋ ଯାତ୍ରୀ ବା ବାଇକ୍ ଆରୋହୀ କାହାର କିଛି କ୍ଷତି ହୋଇ ନାହିଁ।
ନଦୀଗର୍ଭରେ କାରଟି ପଡ଼ିବା ପରେ ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି। ସେମାନେ କାର୍ ଭିତରୁ ବାହାରିବାକୁ ଉଦ୍ୟମ କରୁଥିବାବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଯୁବକ ବି ନଦୀକୁ ଡେଇଁ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁଛନ୍ତି । ଦେଖନ୍ତୁ ଏହାର ପୂରା ଭିଡିଓ ।