ପାଟକୁରା ପାଇଁ ଜମୁଛି ପ୍ରଚାର: ୩ ପ୍ରମୁଖ ଦଳର ଷ୍ଟାର୍‌ ପ୍ରଚାରକଙ୍କ ଭିଡ଼

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଜମୁଛି ପ୍ରଚାର। ୩ ପ୍ରମୁଖ ଦଳର ଷ୍ଟାର ପ୍ରଚାରକଙ୍କ ଭିଡ଼ରେ କମ୍ପୁଛି ଗଳିକନ୍ଦି। ଆଜି ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଚାନ୍ଦୋଳ ବଜାରରେ ଡୋର୍ ଟୁ ଡୋର୍‌ କ୍ୟାମ୍ପେନ୍ କରିଥିବାବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରାୟ ୧୫ଟି ପଞ୍ଚାୟତରେ ରୋଡ୍‌ ଶୋ’ ସହ ଘରକୁ ଘର ବୁଲି ପ୍ରଚାର କରିଛନ୍ତି।  ଆସନ୍ତାକାଲି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍ ଶୋ’ କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ବିଜେଡି ମଧ୍ୟ ଜୋରସୋରରେ ପ୍ରଚାର ଚଳାଇଛି। ଆଜି ଚାନ୍ଦୋଳଠାରେ ବିଜେଡି ଲିଗାଲ୍ ଫ୍ରଣ୍ଟ ପକ୍ଷରୁ ଓକିଲମାନକୁ ନେଇ ଏକ ର୍ନିବାଚନୀ ସଭା ସହ ଦଳର ବିଜୟ ନେଇ ଆଲୋଚନା କରିଥିଲେ ମନ୍ତ୍ରୀ ପ୍ରତାପ ଜେନା। ତେବେ ପାଟକୁରା ହାତେଇବା ପାଇଁ କଂଗ୍ରେସ ମଧ୍ୟ ଦମ ଦେଖାଇବାକୁ ଭରପୁର ପ୍ରୟାସ ଚଳାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ବିଧାୟକ ସୁର ରାଉତରାୟ ପ୍ରମୁଖ ଡେରାବିଶ ଓ ଗରଦପୁର ଅଞ୍ଚଳରେ ରୋଡ ଶୋ’ କରିଛନ୍ତି।

You might also like