ଭୟଙ୍କର ଦୁର୍ଘଟଣାରେ ଜଳିଗଲା ବସ୍‌, ୫୩ ଯାତ୍ରୀ ମୃତ

କ୍ୟାମାରୁନ୍: ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଯାତ୍ରୀବାହୀ ବସ୍‌ ଜଳି ଯାଇଛି। ଏହି ଦୁର୍ଘଟଣାରେ ୫୩ ଜଣ ଯାତ୍ରୀ ଜଳି ଯାଇଛନ୍ତି। ୨୧ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଚୋରା ଗ୍ୟାସ୍‌ ନେଇ ଯାଉଥିବା ଏକ ଟ୍ରକ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏମିତି ଭୟାବହ ଘଟଣା ଘଟିଛି ମଧ୍ୟ ଆଫ୍ରିକାର କାମାରୁନରେ।

କାମାରୁନ୍‌ର ସାନ୍ତଚୋଓ ଗ୍ରାମ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକ ଚୋରା ଇନ୍ଧନ ନେଇ ଦ୍ରୁତ ଗତିରେ ଯାଉଥିବାବେଳେ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ବସ୍‌ଟି ଜଳି ଯାଇଥିଲା।

ଦେଖୁ ଦେଖୁ ବସ୍‌ରେ ୫୩ ଜଣ ଯାତ୍ରୀ ଜଳି ଯାଇଥିଲେ। ଗୁରୁତର ୨୧ଜଣ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୭୦ ସିଟ୍‌ ବିଶିଷ୍ଟ ଏହି ବସ୍‌ରେ ଫୋଓମ୍ବାନରୁ ରାଜଧାନୀ ୟାଉଣ୍ଡେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଗତକାଲି ରାତ୍ରି ସମୟରେ ଘଟିଛି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଅନେକ ଶିଶୁ  ଅଛନ୍ତି।

ସୂଚନାଥାଉ କି, ୪ ଜଣ ଶିଶୁଙ୍କୁ ମିଶାଇ ୩୭ ଜଣ ଲୋକଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏକ ବସ୍‌ ଏକ ଲୋରିକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା।

You might also like