ହସ୍ପିଟାଲରୁ ଡିସଚାର୍ଜ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି।

କିଛିଦିନ ତଳେ ତାଙ୍କୁ ଆଇସିୟୁରୁ ରେଗୁଲାର ୱାର୍ଡକୁ ଅଣାଯାଇଥିଲା। ଏହାସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ରଖା ଯାଇଥିଲା।

ଯଦିଓ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି, ତେବେ ସଙ୍ଗେସଙ୍ଗେ କାର୍ଯ୍ୟକ୍ଷେତ୍ରକୁ ନ ଫେରିବାକୁ ମେଡିକାଲ ଟିମ ପରାମର୍ଶ ଦେଇଛନ୍ତି।

ବୋରିସ ଜନସନ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ନେଇ ଖୋଦ ଟ୍ୱିଟ କରି ଏହି ସୂଚନା ଦେଇଥିଲେ। ଏହାପରେ ସେ ସେଲଫ ଆଇସୋଲେସନରେ ମଧ୍ୟ ଥିଲେ।

You might also like