ଲକ୍‌ଡାଉନ୍ ବେଳେ ଜନ୍ମ ହେଲେ ଯାଆଁଳା ଶିଶୁ, ‘କୋଭିଡ୍’ ଓ ‘କରୋନା’ ନାଁ ରଖିଲେ ମା’-ବାପା

ରାଇପୁର: ମହାମାରୀ କରୋନା ଭାଇରସର ମୁକାବିଲା କରିବାକୁ ଯାଇ ସାରା ଦେଶ ଏବେ ଲକ୍‌ଡାଉନ୍ ରହିଛି। ଏହି ସମୟରେ ଜନ୍ମ ନେଉଥିବା ଛୁଆଙ୍କ ନାମ ମଧ୍ୟ ମଜାଳିଆ ଢ଼ଙ୍ଗରେ ଦିଆଯାଉଥିବା ଦେଖିବାକୁ ମିଳିଛି।

ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ ଜନ୍ମ ହୋଇଥିବା ଶିଶୁର ନାମ ତାଙ୍କ ବାପା ମା’ ‘ଲକ୍‌ଡାଉନ୍’ ରଖିଛନ୍ତି। ଏହି ବାଳକଟିର ନାମ ଉଚ୍ଚରାଣ କରିବା ପୂର୍ବରୁ ସର୍ବଦା ଜାତୀୟ ସ୍ୱାର୍ଥକୁ ମନେ ପକାଇବ। ତେଣୁ ଏଭଳି ନାମକରଣ ଦିଆଯାଇଛି ବୋଲି ପରିବାର ଲୋକେ କହିଛନ୍ତି।

ଏବେ ଛତିଶଗଡ଼ରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ରାଇପୁରର ଏକ ଦମ୍ପତି ସେମାନଙ୍କର ଯାଆଁଳା ଶିଶୁର ନାମ କୋଭିଡ(ପୁଅ) ଏବଂ କରୋନା(ଝିଅ) ରଖିଛନ୍ତି। କରୋନା ଭୟ ଦୂର କରିବାକୁ ସେ ତାଙ୍କ ଶିଶୁଙ୍କ ନାମ ଏଭଳି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଉଭୟ ଶିଶୁ ସୁସ୍ଥ ଅଛନ୍ତି।

You might also like