କରୋନାକୁ ନେଇ ଏହି ବଲିଉଡ ସିଙ୍ଗର ଶେଆର କଲେ ଭୟାନକ ଅନୁଭୂତି

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ପ୍ରଥମେ ଚୀନର ଉହାନ ସହରରେ ନିଜର କରାଳ ରୂପ ଦେଖାଇଥିବା ଏହି ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଲାଣି। ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷରୁ  ଅଧିକ ପହଞ୍ଚିଛି। ଏହାସହ ୨୪ ହଜାରରୁ ଅଧିକ  ଲୋକଙ୍କର ମୃତ୍ୟୁ ଘଟିଲାଣି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା  ସୂଚନା ଅନୁଯାୟୀ,ଭାରତରେ ବର୍ତ୍ତମାନ ସୁଦ୍ଧା 17ଜଣଙ୍କ ମୃତ୍ୟୁ ଘଟିଛି। 640 ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍‌ ରହିଥିବାବେଳେ 67 ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।

ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି।

ଏସବୁ ଭିତରେ ବଲିଉଡ ସିଙ୍ଗର ନିତି ମୋହନ କରୋନା ଭାଇରସ ସମ୍ବନ୍ଧିତ ନିଜର ଏକ ଅନୁଭୂତି ଶେଆର କରିଛନ୍ତି। ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସାରା ବିଶ୍ୱରେ କରୋନା ଏହାର କାୟା ବିସ୍ତାର କରିବା ପୂର୍ବରୁ ନିତି ପରିବାର ସହ ଛୁଟି କଟାଇବା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ। ଏହି ସମୟରେ ନିତି କରୋନାକୁ ନେଇ ଏକ ଭୟାନକ ଅନୁଭୂତି ଶେଆର କରିଛନ୍ତି।

ସେ(ନିତି) ତାଙ୍କର ଟ୍ରିପ ସମ୍ପର୍କରେ କହିଛନ୍ତି, “ଅଷ୍ଟ୍ରେଲିଆରେ ଯେତେବେଳେ ଏହି(କରୋନା) ମହାମାରୀର ଆରମ୍ଭ ହେଉଥିଲା, ସେହି ସମୟରେ ହଠାତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ଏହି ସମୟରେ ଆମେ ଶୁଣିବାକୁ ପାଇଲୁ ଯେ, ହଲିଉଡର ପ୍ରଖ୍ୟାତ ଅଭିନେତା ଟମ ହ୍ୟାକ୍ସ ଓ ତାଙ୍କ ପତ୍ନୀଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ଏହାଶୁଣି ମୁଁ ଆଚମ୍ବିତ ହୋଇଯାଇଥିଲି। ଭାବିଲି, ଯଦି ଏତେ ବଡ଼ ଅଭିନେତା କରୋନାରେ ଆକ୍ରାନ୍ତ ହୋଇପାରୁଛନ୍ତି,  ତା’ହେଲେ ଆମକୁ ବି ହୋଇପାରେ “।

ନିତି ଆହୁରି ମଧ୍ୟ କହିଛନ୍ତି, ଏହା ଏକ ଭୟାନକ ଅନୁଭୂତି ଥିଲା । କାହିଁକି ନା ସେତେବେଳକୁ ଏହି ଭାଇରସ ଅନେକ ସହରକୁ ବ୍ୟାପି ସାରିଥିଲା ।

ନିତି ଓ ତାଙ୍କ ପରିବାର ମାର୍ଚ୍ଚ 17ରେ ଭାରତ ଫେରିବାର ଥିଲା। ହେଲେ କରୋନା ପାଇଁ 17 ପୂର୍ବରୁ ସେ ପରିବାର ସହ ଭାରତ ଫେରିଥିଲେ ବୋଲି ସୂଚନା ମିଳିଛି।

ସୂଚନାଥାଉ କି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି।

You might also like