ଫ୍ୟାନ୍ସଙ୍କୁ ପୁଣି କନ୍ଦାଇଲା ସୁଶାନ୍ତଙ୍କ ଏହି ହାତଲେଖା ଚିଠି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁକୁ ନେଇ ଏବେବି ସସ୍‌ପେନ୍ସ ଜାରି ରହିଛି।  ଗତବର୍ଷ ଜୁନ୍‌ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ତେବେ ଏହା ଆତ୍ମହତ୍ୟା ଥିଲା ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିଲା, ତାହା ଏବେ ବି ସସ୍‌ପେନ୍ସ ଭିତରେ। ଫ୍ୟାନ୍ସମାନେ ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଏବେବି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ସେପଟେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ ସୁଶାନ୍ତଙ୍କ ସହ ଜଡ଼ିତ କିଛି ନା କିଛି ଜିନିଷ ସୋସିଆଲ୍‌ ମିଡିଆରେ ଶେଆର କରୁଥିବା ଦେଖିବାକୁ ମିଳିଛି।

ସୁଶାନ୍ତଙ୍କ ଦ୍ୱାରା ଲେଖାଯାଇଥିବା ଏକ ଚିଠି‌କୁ ଶ୍ୱେତା ଏବେ ସୋସିଆଲ୍‌ ମିଡିଆରେ ଶେଆର କରିଛନ୍ତି। ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୁଶାନ୍ତ ଲେଖିଛନ୍ତି, ଜୀବନର ୩୦ ବର୍ଷ କିଛି ହେବାରେ ହିଁ ଅତିବାହିତ ହୋଇଗଲା।

ଶ୍ୱେତାଙ୍କ ଦ୍ୱାରା ଶେଆର କରାଯାଇଥିବା ଚିଠିରେ ସୁଶାନ୍ତ ଲେଖିଥିଲେ, ମୁଁ ଭାବୁଛି, ମୁଁ ମୋ ଜୀବନର ୩୦ ବର୍ଷ କିଛି କରିବା ଉଦ୍ଦେଶ୍ୟରେ ବିତାଇ ସାରିଲିଣି। ମୁଁ ସବୁକିଛିରେ ଭଲ କରିବାକୁ ଚାହୁଁଥିଲି। ଭଲ ଟେନିସ୍‌ ଖେଳିବାକୁ ଚାହୁଁଥିଲି। ସ୍କୁଲ୍‌ରେ ଭଲ ଛାତ୍ର ହେବାକୁ ମଧ୍ୟ ଚାହୁଁଥିଲି। ଏଥିପାଇଁ ସବୁକିଛିକୁ ମୁଁ ସେଇ ଦୃଷ୍ଟିକୋଣରୁ ହିଁ ଦେଖୁଥିଲି। ମୁଁ ଯେଉଁଭଳି ଭାବରେ ଥିଲି, ଠିକ୍‌ ନଥିଲି। ଯଦି ମୁଁ ସବୁଥିରେ ଭଲ କରିଛି, ତଥାପି ମୁଁ ଠିକ୍‌ ନଥିଲି….ମୁଁ ଅନୁଭବ କରୁଛି,ମୁଁ ଯେଉଁ ଖେଳ ଖେଳୁଥିଲି,ତା’ହାଭୁଲ୍‌ ଥିଲା।‌ କାରଣ ଖେଳ ହିଁ କହିଥାଏ ପ୍ରକୃତରେ ତୁମେ କ’ଣ !

ଏହି ଚିଠି‌କୁ ଶେଆର କରି ଶ୍ୱେତା ଲେଖିଛନ୍ତି, ‘ଭାଇ ଏହା ଲେଖିଥିଲେ, ତାଙ୍କର ଏହି ବିଚାର ବହୁତ ଗଭୀର ଥିଲା।’

ସୁଶାନ୍ତଙ୍କ ଏହି ହାତଲେଖା ଚିଠି‌ ପଢ଼ି ଫ୍ୟାନ୍ସମାନେ ଆହୁରି ଭାବପ୍ରବଣ ହୋଇଯାଇଛନ୍ତି।

You might also like