କେମିତି ଅଛି ‘ଆଶିକୀ’ ହିରୋ ରାହୁଲ ରୟଙ୍କ ସ୍ୱାସ୍ଥ୍ୟାବସ୍ଥା ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ହିଟ୍‌ ଫିଲ୍ମ ‘ଆଶିକୀ’ ହିରୋ ରାହୁଲ ରୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖିବାକୁ ମିଳିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିିଗିଡ଼ିବାରେ ଲାଗିଛି। ତାଙ୍କୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି। ପ୍ରତି ୬ ଘଣ୍ଟାରେ ଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଯାଞ୍ଚ କରିବା ସହ ବିଭିନ୍ନ ଥେରାପି ତାଙ୍କୁ ଦିଆଯାଉଛି।

୫୨ ବର୍ଷୀୟ ରାହୁଲ ତାଙ୍କ ଆଗାମୀ ଫିଲ୍ମ ‘LAC – Live The Battle in Kargil’ର ଶୁଟିଂ କରୁଥିବା ବେଳେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ମୁମ୍ବାଇର ନାନାବତୀ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେ ଏବେ ICUରେ ଅଛନ୍ତି।

ରାହୁଲ ରୟଙ୍କ ବ୍ୟତୀତ ଫିଲ୍ମ LACରେ ବିଗ୍‌ ବସ୍‌ ୧୪ରେ ପ୍ରତିଯୋଗୀ ରହିଥିବା ନିଶାନ୍ତ ସିଂ ମଧ୍ୟ ନଜର ଆସିବେ। ନୀତିନ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରାହୁଲ ରୟ ଜଣେ କର୍ଣ୍ଣେଲ୍‌ ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ସେହିପରି ନିଶାନ୍ତ ଫିଲ୍ମରy ପ୍ରମୁଖ ଚରିତ୍ରରେ ନଜର ଆସିବେ।  

୧୯୯୦ ମସିହାରେ ମହେଶ ଭଟ୍ଟଙ୍କ ହିଟ୍‌ ଫିଲ୍ମ ‘ଆଶିକୀ’ ଜରିଆରେ ବଲିଉଡକୁ ଏଣ୍ଟ୍ରି କରିଥିଲେ ରାହୁଲ ରୟ। ଏହା ପରେ ସେ ସେ ମହେଶ ଭଟ୍ଟଙ୍କ ‘ଫିର୍ ତେରୀ କାହାନି ୟାଦ୍ ଆୟି‌ ‘ ‘ଜୁନୁନ୍’, ‘ସପ୍‌ନେ ସାଜନ କେ’, ‘ନସିବ’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ଏହାଛଡ଼ା ରିୟଲିଟି ଶୋ’ ବିଗ୍‌ ବସ୍‌ ପ୍ରଥମ ସିଜନ୍‌ର ବିଜେତା ହେଉଛନ୍ତି ରାହୁଲ ରୟ।

You might also like