ପରୀ ପାଇଁ କାଲିଠୁ ବିଜେପି କରିବ ପଦଯାତ୍ରା

ପରୀ ପାଇଁ ପଦଯାତ୍ରା କରିବ ବିଜେପି

ନୟାଗଡ: ପରୀ ପାଇଁ ପଦଯାତ୍ରା କରିବ ବିଜେପି। ନୟାଗଡ଼ ଜିଲ୍ଲାର କୁନି ଝିଅ ପରୀକୁ ନ୍ୟାୟ ଦେବାକୁ ପଦଯାତ୍ରା କରିବ ରାଜ୍ୟ ବିଜେପି। ଆସନ୍ତାକାଲିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ରାଜ୍ୟ ବିଜେପିର ଏହି ପଦଯାତ୍ରା। ମିଳିଥିବା ସୂଚନା ଅନୁସାରେ,  ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ବାହାରିବ ଏହି ପଦଯାତ୍ରା।

ପଦଯାତ୍ରାରେ କେନ୍ଦ୍ରୀୟ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଲିଙ୍ଗରାଜ ମନ୍ଦିରର ଜାଆଁଳା ଓ ୨୧ ତାରିଖରେ ଯାଆଁଳାରୁ ସାରୁଅ ପରେ ୨୨ ତାରିଖରେ ସାରୁଅରୁ ପିଚୁକୁଳି ପରେ ପରେ୨୩ ତାରିଖରେ ପିଚୁକୁଳିରୁ ଇଟାମାଟି ଏବଂ ଶେଷ ଦିନ ଅର୍ଥାତ୍ ୨୪ ତାରିଖରେ ଇଟାମାଟିରୁ ଯଦୁପୁରରେ ଯାଇ ରହିବ ଏହି ପଦଯାତ୍ରା। ୨୪ ତାରିଖ ଦିନ ଯଦୁପୁରରେ ଏକ ବଡ଼ ସଭାର ଆୟୋଜନ କରିବ ବିଜେପି।

You might also like