ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଲଦାଖ: ଲଦାଖର ରାସ୍ତା ଉପରେ ଛୋଟ ପିଲାଟିଏ ଠିଆ ହୋଇ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବାର ଭିଡିଓ କିଛିଦିନ ତଳେ ଭାଇରାଲ ହୋଇଥିଲା। ଏହି ଭିଡିଓ ସେ ସମୟରେ ବେଶ ଭାଇରାଲ ହୋଇଥିଲା।

ପିଲାଟି ନିଜ ଇଲାକାରେ ମୁତୟନ ହୋଇଥିବା ଭାରତ-ତିବ୍ଦତ ସୀମା ପୋଲିସ୍‌ ଟିମକୁ ସାଲ୍ୟୁଟ୍‌ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଅକ୍ଟୋବର ୧୧ରେ ଜଣେ ସୁରକ୍ଷାକର୍ମୀ ଏହାକୁ ନିଜ ଅଫିସିଆଲ ଟ୍ୱିଟର ହାଣ୍ଡେଲରେ ପୋଷ୍ଟ କରିଥିଲେ।

ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖର ଶୁକ୍ରବାର ପିଲାଟିର ବାପା-ମା’ଙ୍କୁ ଅଢେଇ ଲକ୍ଷ ଟଙ୍କା ଦେଇଛନ୍ତି। ଚନ୍ଦ୍ରଶେଖରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଏହି ଭିଡିଓ ଭାଇରାଲ ହେବା ପରେ ସେ ସାରା ରାଷ୍ଟ୍ରବାସୀଙ୍କ ଭଲ ପାଇବା ଏବଂ ସମ୍ମାନ ହାସଲ କରିଥିଲା। ଏହି ଭିଡିଓକୁ ଦେଖିବା ପରେ ଭାଜପା ସାଂସଦ କହିଥିଲେ, ନାମଗ୍ୟାଲର ଦେଶଭକ୍ତି ସହାୟତାର ହାତ ବଢାଇବାକୁ ପ୍ରେରଣା ଦେଇଛି । ପିଲାଟିର ସ୍ୱପ୍ନ ପୂରଣ କରିବା ପାଇଁ ତାଙ୍କର ଏହି ପ୍ରୟାସ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଫ୍ଲାଗ ଅଫ ଅନର ଫାଉଣ୍ଡସେନ ମାଧ୍ୟମରେ ୨.୫ ଲକ୍ଷ ଟଙ୍କା ଦିଆଯାଇଛି। ଏହା ପରେ ତାଙ୍କ ପିତାଙ୍କ ନାମରେ ଚେକ୍ ଜାରି କରାଯାଇଛି ।

You might also like