• translate
Minati Mishra

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ୨୦ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଆଜି ଆୟୋଜିତ ହୋଇଥିଲା ଭବ୍ୟ ସମାରୋହ। ହେଲେ ଶପଥ ଗ୍ରହଣ ଉତ୍ସବରେ କୌଣସି ବିଜେପି ବିଧାୟକ ଯୋଗ ଦେଇନାହାନ୍ତି ।

ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ତାଙ୍କୁ ନିମନ୍ତ୍ରଣ କରାଯାଇନି । ଗୃହ ବିଭାଗ (ପ୍ରୋଟୋକଲ୍) ପକ୍ଷରୁ ଏନେଇ କୌଣସି ସୂଚନା ତାଙ୍କୁ ମିଳିନି କିମ୍ବା ବିଜେଡି ପକ୍ଷରୁ ମଧ୍ୟ ତାଙ୍କୁ ଡକା ଯାଇ ନାହିଁ।

ବାଲେଶ୍ୱରରୁ ବିଜେପି ବିଧାୟକ ମଦନ ମୋହନ ଦତ୍ତ ବି ଏନେଇ ପ୍ରତିକ୍ରିୟା ରଖିଛନ୍ତି। ହ୍ୱାଟ୍ସ ଆପ୍‌ରେ ତାଙ୍କ ପାଖକୁ ନିମନ୍ତ୍ରଣ ଆସିଥିଲା । ହେଲେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସେ ଆସି ପାରିନଥିବା କହିଛନ୍ତି

Other Stories